ରଖିଲେ ଶିବ…

ତରବୋଡ/ନୂଆପଡା ଅଫିସ, ୮।୨: କଥାରେ ଅଛି ରଖିଲେ ଶିବ ମାରିବ କିଏ। ନୂଆପଡ଼ା ଜିଲା ଟାନୱାଟରେ ସୋମବାର ଏକ ଦୁର୍ଘଟଣା ଘଟିଛି ଯାହାକୁ ଦେଖି ଅଞ୍ଚଳବାସୀ ଏହା କହୁଛନ୍ତି। ମହୁଲଭଟା ଗାଁର ବିଶାଳ ବାଗ ରାସ୍ତାରେ ଯାଉଥିବା ବେଳେ ପାର୍ଶ୍ୱରେ ପୋତା ହୋଇଥିବା କାଠ ଖୁଣ୍ଟ ଉପରେ ପଡି ଯାଇଥିଲେ। ଫଳରେ ଏକ କାଠ ତାଙ୍କ ତଣ୍ଟିରେ ପଶି ପାଟିପଟେ ବାହାରି ପଡିଥିଲା। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସକ୍ଷମ ହୋଇ ନ ଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମନ୍ତ୍ରୀ, ବିଧାୟକଙ୍କ ଲାଗି ଖରାରେ ଶିଝିଲେ ଶିଶୁ : ସାଧାରଣରେ ବଢିଲା ଅସନ୍ତୋଷ

ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତହୋଇଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନ...

ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି, ଛାଡି ଚାଲିଗଲେ ୩୮,୦୦୦ ଟଙ୍କା: ଚୋରିର ‘ଇମୋଶନାଲ୍‌ କାହାଣୀ’ ଶେୟାର କଲେ ଚୋର

ଭୋପାଳ,୮।୪: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଜଣେ ବ୍ୟକ୍ତି ଏକ ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ରାମନବମୀ ଦିନ...

ଉନ୍ନତିକରଣ କାର୍ଯ୍ୟରେ ବାଟମାରଣା ଅଭିଯୋଗ, ତାଳସର ପଞ୍ଚାୟତରେ ଅଭିଯୋଗ କଲେ ହଂସତୁଳୀ ଗ୍ରାମବାସୀ

ବେଗୁନିଆପଡା,୮।୪( ସୁଶାନ୍ତ କୁମାର ପଟ୍ଟନାୟକ): ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ। ସରକାରଙ୍କ ଟଙ୍କା ସଠିକ ଭାବେ ବିନିଯୋଗ ହୋଇ ନ ଥିବା ନେଇ...

୬ ବର୍ଷ ପରେ Indian Idol ଛାଡ଼ିଲେ ବିଶାଲ ଦଦଲାନୀ, ଏହି କାରଣ ପାଇଁ…

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ...

ମୁଁ ଖୁବଶୀଘ୍ର ଫେରୁଛି…ଶେଖ ହସିନାଙ୍କ ବଡ଼ ଘୋଷଣା

ଢାକା,୮।୪: ପ୍ରଥମ ଥର ପାଇଁ, ବାଂଲାଦେଶର ନିର୍ବାସିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମହମ୍ମଦ ୟୁନୁସ ଏବଂ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି।...

କିଏ ହେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ, ଫଡନଭିସଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୮।୪: ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ କିଏ ହେବ ଏନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛଇ। ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ ଫୋରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ...

ନବୀନଙ୍କୁ ଟାର୍ଗେଟ କଲେ ବାବୁ: କହିଲେ ନାୟକ ନବୀନ, ଖଳନାୟକ ବି ନବୀନ

ଭୁବନେଶ୍ୱର,୮।୪: ୱକ୍‌  ବିଲ ଭୋଟିଂକୁ ନେଇ ରାଜନୀତି ସରଗରମ ହୋଇଛି।   ତେବେ ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି।...

ଏବେ ଚାଇନା-ଆମେରିକା ଭିତରେ ସିଧା ଯୁଦ୍ଧ ହେଲେ, କିଏ ଜିତିବ…

ନୂଆଦିଲ୍ଲୀ,୮।୪: ବିଶ୍ୱର ଦୁଇ ବୃହତ ଅର୍ଥନୈତିକ ଶକ୍ତି ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା ଚାଇନା ଉପରେ ୫୦ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image