ଦେବ ଭୂମିକାରେ କିଏ କରିବେ ଅଭିନୟ? ଖୁଲାସା କଲେ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ଦମ୍‌ଦାର୍‌ ଆୟ ମଧ୍ୟ କରିଥିଲା। ଫିଲ୍ମରେ ରଣବୀର-ଆଲିଆ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ, ନାଗାର୍ଜୁନ ଷ୍ଟାର୍‌କାଷ୍ଟ ଅଛନ୍ତି। ଇତି ମଧ୍ୟରେ ‘ବ୍ରହ୍ମାସ୍ତ୍ର ପାର୍ଟ-୨’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦେବ ଭୂମିକାରେ କିଏ ଅଭିନୟ କରିବେ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ପୂର୍ବରୁ ଅଭିନେତା ହ୍ରିତିକ୍‌ ରୋଶନ କିମ୍ବା ରଣବୀର କପୁରଙ୍କୁ ଦେବ ଭୂମିକା ଦିଆଯାଇପାରେ ବୋଲି ଗୁଜବ ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ୟଶଙ୍କୁ ଦେବ ଭୂମିକା ମିଳିପାରେ ବୋଲି ଗଣମାଧ୍ୟମରେ ଖୁବ୍‌ ଆଲୋଚନା ହେଉଛି। ନିକଟରେ ଏକ ସାକ୍ଷାତକାରରେ ବ୍ରହ୍ମାସ୍ତ୍ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ମୁଁ ୟଶଙ୍କୁ ଭଲ ପାଏ, ସେ ଯଦି ଦେବ ଭୂମିକାରେ ନଜର ଆସିବେ ତାହା ଭଲ ହେବ। କିନ୍ତୁ ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡିବ। ମୁଁ ଏ ବିଷୟରେ ଏବେ କହିପାରିବି ନାହିଁ। ଠିକ୍‌ ସମୟ ଆସିଲେ ମୁଁ ଆପଣମାନଙ୍କୁ କହିବି। ତେବେ ୟଶଙ୍କୁ ନେଇ ଏଭଳି କାହିଁକି କହିଲେ ନିର୍ଦ୍ଦେଶକ ତାହାକୁ ନେଇ ଚର୍ଚ୍ଚା ଚାଲିଛି।

Share