Categories: ଜାତୀୟ

କିଏ ଛୁଇଁବ କୁହୁକ ସଂଖ୍ୟା ୧୨୨

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହେବ। ରାଜ୍ୟର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ଲାଗି କୁହୁକ ସଂଖ୍ୟା ୧୨୨ ରହିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି କୁହୁକ ସଂଖ୍ୟା ଛୁଇଁବାକୁ ସକ୍ଷମ ନା ଯୁବନେତା ତେଜସ୍ବୀ ଯାଦବ ଦୌଡ଼ରେ ବିଜୟୀ ହେବେ ସେ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସମ୍ପ୍ରତି ରାଜ୍ୟରେ ନୀତିଶ ସରକାରଙ୍କ ସ୍ଥିତି ଭଲ ନ ଥିବା କୁହାଯାଉଛି। ତେବେ ଫଳାଫଳ ପ୍ରକାଶ ପାଇବା ପରେ କାହା ସମପକ୍ଷରେ ଜନମତ ରହିଛି ତାହା ଜଣାପଡ଼ିବ।

Share