Categories: ଜାତୀୟ

ବିହାରରେ କୁହୁକ ସଂଖ୍ୟା କିଏ ଛୁଇଁବ ? କଳ୍ପଜଳ୍ପନା ଜାରି…

ପାଟନା,୨୭।୧ : ବିହାରରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟରୁ ବାହାରି ଯିବାକୁ ଯୋଜନା କରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁରେ ୪୫ ଜଣ ସଦସ୍ୟ ଥିବାବେଳେ ଏନଡିଏର ୮୨ ଜଣ ସଦସ୍ୟ ଅଛନ୍ତି। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୨୨ ରହିଛି। ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ୧୧୪ ଜଣ ବିଧାୟକ ଅଛନ୍ତି। ୭୯ ବିଧାୟକଙ୍କ ସହିତ ଆରଜେଡି ହେଉଛି ସବୁଠାରୁ ବଡ ଦଳ।

ଏହା ସହିତ ନିର୍ଦ୍ଦଳୀୟ ତଥା ଏଆଇଏମଆଇଏମର ଜଣେ ଲେଖାଏଁ ବିଧାୟକ ଅଛନ୍ତି। ଏଆଇଏମଆଇଏମ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହ ମିଶିଲେ ସଦସ୍ୟ ସଂଘ୍ୟା ୧୧୫ ହେବ। ଅପରପକ୍ଷରେ ଏନଡିଏ ସଦସ୍ୟ ସଂଖ୍ୟା ନୀତୀଶଙ୍କ ଦଳ ଏବଂ ନିର୍ଦ୍ଦଳୀୟ ସଦସ୍ୟଙ୍କୁ ନେଇ ୧୨୮ ହେବ। ତେଜସ୍ବୀ ଯାଦବଙ୍କୁ ସରକାର ଗଠନ ପାଇଁ ଆଉ ୮ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି। ଏହା କାଠିକର ପାଠ। ଅପରପକ୍ଷରେ ଭାଜପା ସହଜରେ ସରକାର ଗଠନ କରିପାରିବ।

Share