Categories: ଖେଳ

କିଏ ଜିତିବ ଦ୍ୱିତୀୟ ସେମିଫାଇନାଲ, ଭାରତ ସହ ଖେଳିବ କିଏ ଫାଇନାଲ, କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…

କୋଲକାତା,୧୬।୧୧ : ବିଶ୍ୱକପ କ୍ରିକେଟ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ଗୂରୁବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ କିଏ ଜିତିବ ଏବଂ କିଏ ଭାରତ ସହ ଫାଇନାଲରେ ମୁହାଁମୁହିଁ ହେବ ସେ ନେଇ କିଛି ଜ୍ୟୋତିଷମାନେ ଭବିଷ୍ୟବାଣୀ କରିଛନ୍ତି।

ଜ୍ୟୋତିର୍ବିଦ୍‌ ଡ. ସଞ୍ଜିବ କୁମାର ଶର୍ମାଙ୍କ ଅନୁସାରେ ଯଦି ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ଟସ ଜିତି ଏବଂ ବ୍ୟାଟିଂ କରେ ତେବେ ସ୍କୋର ୨୮୦ ରନରୁ ଅଧିକ ସ୍କୋର କରିବା ଜରୁରୀ। ତେବେ ଏହି ଦଳ ଜିତିବାର ସମ୍ଭାବନା ବହୁତ ଭଲ ହେବ।

ଜ୍ୟୋତିର୍ବିଦ୍‌ ଡ. ସଞ୍ଜିବ କୁମାର ଶର୍ମାଙ୍କ ଅନୁସାରେ ଯଦି ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ଟସ ଜିତି ଏବଂ ବ୍ୟାଟିଂ କରେ ତେବେ ସ୍କୋର ୨୮୦ ରନରୁ ଅଧିକ ସ୍କୋର କରିବା ଜରୁରୀ। ତେବେ ଏହି ଦଳ ଜିତିବାର ସମ୍ଭାବନା ବହୁତ ଭଲ ହେବ

ଯଦି ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସେ, ତେବେ ଏହା ଅତି କମରେ ୧୫ ରନ ବ୍ୟବଧାନରେ ମ୍ୟାଚ ହାରିବ।

ଯଦି ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରେ ଏବଂ ସ୍କୋର ୨୭୦ ରନ ତଳେ ରୁହେ ତେବେ ପରାତିତ ହେବାର ସମ୍ଭାବନା ବହୁତ ଅଧିକ । ଏହି ପରିସ୍ଥିତିରେ ଯେତେବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବ ୪୮ ଓଭରରେ ମ୍ୟାଚ ଜିତିଯିବ।

ଏହି ମ୍ୟାଚ ବ୍ୟାଟିଂ ଅପେକ୍ଷା ବୋଲରଙ୍କ ପାଇଁ ଅଧିକ ଲାଭଦାୟୀ ହେବ। ଏହା ଏକ ଭଲ ରୋମାଞ୍ଚକର ମ୍ୟାଚ ହେବ।

Share