ନୂଆଦିଲ୍ଲୀ,୧୬।୧୧ : ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବେ ବୋଲି ବୁଧବାର ସୁପ୍ରିମ୍କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ଏନେଇ ବମ୍ବେ ହାଇକୋର୍ଟଙ୍କର ନାଗପୁର ବେଞ୍ଚ୍ ପକ୍ଷରୁ ବୁଲା କୁକୁରଙ୍କୁ ଖାଇବାକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଶୀର୍ଷ କୋର୍ଟ କହିଛନ୍ତି। ନାଗପୁର ବେଞ୍ଚ୍ ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ମନା କରିଥିଲେ।
ବିଚାରପତି ସଞ୍ଜିବ ଖାନା ଏବଂ ଜେକେ ମାହେଶ୍ୱରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବୁଲା କୁକୁରଙ୍କ ପ୍ରତି ଦୟା ଦେଖାଇ ଖାଇବାକୁ ଦେଉଥିବା ବ୍ୟକ୍ତି ସେମାନଙ୍କର ପାଳନ ଦାୟିତ୍ୱ ନେବା ଆବଶ୍ୟକ।