Categories: ଜାତୀୟ

ଖେଳରେ ଯିଏ ପଦକ ଆଣିବ ତାଙ୍କୁ ଚାକିରି ମିଳିବ…

ପାଟନା,୧୬।୧୨ : ଏକ କାର୍ଯ୍ୟକ୍ରମ ସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ରାଜ୍ୟରେ କ୍ରୀଡାର ବିକାଶ ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଖେଳରେ ଯିଏ ପଦକ ଆଣିବେ ସେ ଚାକିରି ପାଇବେ। ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ବିହାରର ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡା ସମ୍ବନ୍ଧୀୟ ପରିବେଶ ଦୃଶ୍ୟମାନ ହେବା ଉଚିତ। ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକ ନୀତି ଆଣିଛୁ।

ଆଜି ଲୋକମାନେ ପାଠପଢ଼ି ଶିକ୍ଷିତ ହେବା ପରେ ମଧ୍ୟ ଚାକିରି ପାଇପାରୁ ନାହାନ୍ତି। ପାଖରେ ଡିଗ୍ରୀ ଅଛି କିନ୍ତୁ ଚାକିରି ପାଇପାରୁ ନାହାନ୍ତି। ଆମ ସମାଜର ସମସ୍ୟା ହେଉଛି ବେକାରୀ। ଆମ ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକ ନୀତି ପ୍ରସ୍ତୁତ କରିଛୁ। ଆମେ କ୍ରୀଡା ସହିତ ଜଡିତ ୮୧ ଜଣଙ୍କୁ ଚୟନ କରିଛୁ। ସେମାନଙ୍କ ଆମେ ଚାକିରି ମାଧ୍ୟମରେ ଅଧିକାରୀ କରୁଛୁ। ଆମେ ଶୀଘ୍ର ସେହି ଲୋକଙ୍କୁ କାର୍ଯ୍ୟରେ ଯୋଗଦେବା ଚିଠି ମଧ୍ୟ ଦେବୁ ।

ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡାର କାର୍ଯ୍ୟକ୍ରମ ଦୃଶ୍ୟମାନ ହେବା ଉଚିତ। ବିଶେଷକରି ବିହାରର ଗ୍ରାମାଞ୍ଚଳରେ ମଧ୍ୟ ଏହି ପରିବେଶ ସୃଷ୍ଟି ହେବା ଆବଶ୍ୟକ। ଗରିବ ଲୋକ ମଧ୍ୟ ଶିକ୍ଷାର ଅଧିକାର ମିଳୁ, ସେମାନେ ଗୁଣାତ୍ମକ ଶିକ୍ଷା ମଧ୍ୟ ପାଆନ୍ତୁ, ଏଥିପାଇଁ ବିହାର ସରକାର ପ୍ରାୟ ୧ ଲକ୍ଷ ୩୨ ହଜାର ଶିକ୍ଷକ ନିଯୁକ୍ତି କରିଛନ୍ତି।
ଦୁଇ ମୁଖ୍ୟମନ୍ତ୍ରୀଙ୍କ ପୁଅ ହୋଇଥିଲେ ମଧ୍ୟ ଆମର ନକଲି ଡିଗ୍ରୀ ନାହିଁ, ଅନେକ ଲୋକଙ୍କ ପାଖରେ ନକଲି ଡିଗ୍ରୀ ଅଛି।

ସେ ପିଲାମାନଙ୍କର ମାତାପିତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବର୍ତ୍ତମାନ ପୁରାତନ କଥା କାମ କରିବ ନାହିଁ। ପାଠ ପଢ଼ିଲେ ନବାବ ହେବ, ଖେଳିଲେ ଖରାପ ହେବ। ତାହା ଏବେ ପୁରୁଣା ହୋଇ ଯାଇଛି। ବର୍ତ୍ତମାନ କ୍ରୀଡ଼ାର ଯୁଗ ଆସିଛି। ସେଥିପାଇଁ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଜରୁରୀ ହୋଇ ପଡିଛି।

 

Share