୭ ଘଣ୍ଟା ଅନ୍ଧାରରେ ସାରା ଦେଶ

କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍‌ ୟୁନିଟ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଶକ୍ତି ମନ୍ତ୍ରୀ ଡଲାସ ଅଲାହାପେରୁମା ସୂଚନା ଦେଇଛନ୍ତି। ବିଳମ୍ବିତ ରାତିରେ କଲୋମ୍ବୋ ସମେତ କେତେକ ସହରରେ ବିଦ୍ୟୁତ୍‌ ସଂଯୋଗ ପୂର୍ବଭଳି ହୋଇଥିଲା। ତେବେ ଏବେ ସୁଦ୍ଧା ଦେଶର ବହୁ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ସମ୍ଭବ ହୋଇ ପାରି ନ ଥିବା କୁହାଯାଉଛି। ସାରା ଦେଶ ଅନ୍ଧାରରେ ଥିବା ସମୟରେ ସେଲୁନ୍‌ରେ କ୍ୟାଣ୍ଡେଲ ଆଲୋକରେ କେଶ କଟା ଯାଉଥିବାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Share