ବନ୍ତ,୧୭।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବଜାରରେ ଅବସ୍ଥିତ ପ୍ରକାଶ କୁମାର ସାହୁଙ୍କ ହୋଲସେଲ୍ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।
ଉଲ୍ଲେଖ ଯେ, ତହସିଲଦାର ଇନ୍ଦିରା ସାହୁ ଓ ଥାନାଧିକାରୀ ମିନା ବିନ୍ଧାଣୀ କରୋନା କଟକଣା ତଦାରଖ ନେଇ ବଜାର ପାଟ୍ରୋଲିଂ କରୁଥିବା ବେଳେ ସମ୍ପୃକ୍ତ ଦୋକାନ ଆଗରେ ସାମାନ୍ୟ ଜନଗହଳି ପରିଲକ୍ଷିତ ହୋଇଥିବା ଦେଖିବାକୁ ପାଇଥିଲେ। ଦୋକାନକୁ ଆସିଥିବା ଗ୍ରାହକମାନେ ସାମାଜିକ ଦୂରତା ମାନୁ ନ ଥିବା ଦେଖିଥିଲେ। ଫଳରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାରଙ୍କ ନିର୍ଦ୍ଦେଶରେ ଉକ୍ତ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀ ଉପରେ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।