ଦେଶବାସୀଙ୍କୁ ଯନ୍ତ୍ରଣା କହିବିନି ତ କ‘ଣ କହିବି, ପ୍ରଧାନମନ୍ତ୍ରୀ ବଖାଣିଲେ ମନର ବ୍ୟଥା, ନାରୀ ଶକ୍ତିଙ୍କ ସମ୍ମାନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୧୫।୮ : ଲାଲ୍‌ କିଲ୍ଲାରୁ ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମହିଳା ଶକ୍ତିର ଅପମାନକୁ ତାଙ୍କର ସବୁଠାରୁ ବଡ ଯନ୍ତ୍ରଣା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଦେଶର ସ୍ବପ୍ନ ପୂରଣ କରିବାରେ ମହିଳାଙ୍କ ଗୌରବ ଏକ ବୃହତ ପୁଞ୍ଜି। ଆଗାମୀ ୨୫ ବର୍ଷ ମହିଳା ଶକ୍ତିର ସୁବର୍ଣ୍ଣ ସମୟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲାଲ୍‌ କିଲ୍ଲାରୁ ଆଉ ଗୋଟିଏ କଥା କହିବାକୁ ଚାହେଁ। ମୁଁ ଜାଣେ ଏହା ହୁଏତ ଲାଲ୍‌ କିଲ୍ଲାରୁ କୁହାଯାଉଥିବା ବିଷୟ ହୋଇ ନପାରେ। କିନ୍ତୁ ମୋ ଭିତରେ ଥିବା ଯନ୍ତ୍ରଣା ମୁଁ କେଉଁଠାରେ କହିବି? ଯଦି ମୁଁ ଏହାକୁ ଦେଶବାସୀଙ୍କ ସାମ୍ନାରେ କହିବି ନାହିଁ ତ ତେବେ ମୁଁ ଏହାକୁ କାହାକୁ କହିବି? ଏହି ଯନ୍ତ୍ରଣା ହେଉଛି କୌଣସି କାରଣରୁ ଆମର ବକ୍ତବ୍ୟ, ଆଚରଣ ଏବଂ ଶବ୍ଦରେ ଏପରି ବିକୃତତା ଦେଖାଦେଇଛି ଯେ ଆମେ ମହିଳାମାନଙ୍କୁ ଅପମାନିତ କରୁଛୁ। ଆମେ ଆମର ସ୍ବଭାବରେ, ସଂସ୍କାରରେ, ଦୈନନ୍ଦିନ ଜୀବନରେ ନାରୀଙ୍କୁ ଅପମାନିତ କରୁଥିବା ସମସ୍ତ ଜିନିଷରୁ ମୁକ୍ତି ପାଇବା ପାଇଁ ଏକ ପ୍ରତିଶ୍ରୁତି ନେଇପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନାରୀଙ୍କ ସମ୍ମାନ ରାଷ୍ଟ୍ର ନିର୍ମାଣର ସ୍ବପ୍ନ ପୂରଣ କରିବାରେ ଏକ ବଡ଼ ପୁଞ୍ଜି ହେବାକୁ ଯାଉଛି ବୋଲି ସେ କହିଛନ୍ତି। ମୁଁ ଏହି ସମ୍ଭାବନା ଦେଖୁଛି ଏବଂ ସେଥିପାଇଁ ଏଭଳି କରିବାକୁ କହୁଛି।

ଜ୍ଞାନର କ୍ଷେତ୍ର ଦେଖନ୍ତୁ କିମ୍ବା ବିଜ୍ଞାନରେ ସମସ୍ତ କ୍ଷେତ୍ରରେ ମହିଳା ଶକ୍ତି ଆଗରେ ଅଛନ୍ତି। ପୋଲିସର ନାରୀ ଶକ୍ତି ଲୋକଙ୍କ ସୁରକ୍ଷା ଦାୟିତ୍ୱ ଗ୍ରହଣ କରୁଛନ୍ତି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ଏହା ଏକ ଖେଳ ପଡିଆ ହେଉ କିମ୍ବା ଯୁଦ୍ଧକ୍ଷେତ୍ର, ମହିଳା ଶକ୍ତି ଏକ ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ି ଚାଲିଛି। ଭବିଷ୍ୟତର ସ୍ବପ୍ନ ମଧ୍ୟ ମହିଳାମାନଙ୍କ ଶକ୍ତି ସହିତ ପୂରଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅମୃତ ମହୋତ୍ସବରେ ଦେଶର ପ୍ରଗତିରେ ମହିଳା ଶକ୍ତି, ମା, ଭଉଣୀ ଏବଂ ଝିଅଙ୍କ ଅବଦାନ ବହୁଗୁଣିତ ହେଉଛି। ଆମେ ଆମ ଝିଅମାନଙ୍କୁ ଯେତେ ସୁବିଧା ସୁଯୋଗ ଦେବା, ସେମାନେ ଆମକୁ ବହୁଗୁଣ କରି ଏହାକୁ ଫେରାଇ ଦେବେ। ସେମାନେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବେ।

ଅମୃତ ମହୋତ୍ସବରେ ସ୍ବପ୍ନକୁ ପୂରଣ କରିବା ପାଇଁ ନିଆଯାଉଥିବା କଠିନ ପରିଶ୍ରମରେ ଯଦି ମହିଳା ଶକ୍ତିର କଠିନ ପରିଶ୍ରମ ବ୍ୟବହୃତ ହୁଏ, ତେବେ ସ୍ବପ୍ନଗୁଡ଼ିକ ଅଧିକ ଉଜ୍ଜ୍ୱଳ ହେବ ଏବଂ ଆମେ ଶୀଘ୍ର ଅଗ୍ରଗତି କରି ପାରିବା। ଗ୍ରାମଗୁଡିକରେ ମଧ୍ୟ ଝିଅମାନେ ସାଧାରଣ ସେବା କେନ୍ଦ୍ର ଚଳାଉଛନ୍ତି। ଦେଶ ଗର୍ବିତ ହୋଇପାରେ ଯେ ଗାଁ ଅଞ୍ଚଳରେ ୪ ଲକ୍ଷ ଡିଜିଟାଲ ଉଦ୍ୟୋଗୀ ସୃଷ୍ଟି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri