ପ୍ରେମରେ ପଡିଛନ୍ତି ସୁହାନା!

ମୁମ୍ବାଇ: ବଲିଉଡରେ ଏବେ ଷ୍ଟାର କିଡଙ୍କ ଚର୍ଚ୍ଚା ଖୁବ୍ ହେଉଛି । ସେମାନେ ମନୋରଞ୍ଜନ ଦୁନିଆରେ ପାଦ ରଖନ୍ତୁ ଅବା ନ ରଖନ୍ତୁ ଏହାପରେ ବି ସେମାନଙ୍କ ଚର୍ଚ୍ଚା ହେଉଛି । ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଲାଡଲି ସୁହାନା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । ଶୁଣିବାକୁ ମିଳିଛି ସୁହାନା କୁଆଡେ ଚଳିତ ବର୍ଷ ବଲିଉଡରେ ଡେବୁ କରିବାକୁ ଯାଉଛନ୍ତିି । କେବଳ କ୍ୟାରିୟରକୁ ନେଇ ନୁହେଁ ପର୍ସନାଲ ଲାଇଫକୁ ନେଇ ବି ସୁହାନା ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି କି ସୁହାନା ପ୍ରେମରେ ପଡିଛନ୍ତି । ତେବେ କିଏ ସେହି ପ୍ରେମିକ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।
ତେବେ ସୁହାନା କୁଆଡେ ଶ୍ୱେତା ବଚ୍ଚନ ନନ୍ଦାଙ୍କ ପୁଅକୁ ଡେଟ କରୁଛନ୍ତି । ସୁହାନା ଓ ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚାରେ । ଉଭୟ ପ୍ରାୟ ୧ ବର୍ଷ ହେବ ପରସ୍ପରକୁ ଡେଟ କରୁଛନ୍ତି । ଏହି ପ୍ରେମି ଯୁଗଳ ଏବେ ମୁଭି ‘ଆର୍ଚିଜ’ରେ ଏକାଠି ନଜର ଆସିବେ ।
କିଛି ରିପୋର୍ଟର ଏହା ବି କୁହାଯାଉଛି କି ଗତ ବର୍ଷ ଖ୍ରୀଷ୍ଟମାସରେ ଅଗସ୍ତ୍ୟ ନନ୍ଦା କୁଆଡେ ସୁହାନାଙ୍କୁ ତାଙ୍କ ପରିବାର ସହ ପରିଚିତ କରାଇଛନ୍ତି । ତେବେ ଅଗସ୍ତ୍ୟ ସୁହାନାଙ୍କୁ ଲାଇଫ ପାର୍ଟନର କରିବା କଥା କୁଆଡେ ପରିବାର ସଦସ୍ୟଙ୍କୁ ଜଣାଇ ଦେଇଛନ୍ତି । ଏମାନଙ୍କ ସମ୍ପର୍କକୁ ନେଇ ଅଗସ୍ତ୍ୟଙ୍କ ମାଆ ଶ୍ୱେତା ବଚ୍ଚନ ନନ୍ଦା କୁଆଡେ ଗ୍ରୀନ ନିଗନାଲ ଦେଇଛନ୍ତି ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଏବେ ସୁହାନା-ଅଗସ୍ତ୍ୟଙ୍କ ସମ୍ପର୍କ ଆରମ୍ଭ ହେଉଥିବା ବେଳେ ଆଗକୁ କ’ଣ ହେବ ତାହା ତ ସମୟ କହିବ । େଂହଲେଏହି ସମ୍ପର୍କକୁ ନେଇ ନା ଏମାନେ କେବେ କିଛି ଲୁଚାଇବାକୁ ଚେଷ୍ଟା କରିଛନ୍ତି ନା କେବେବି ଖୋଲାଖୋଲି ଭାବେ ଏହି ସମମ୍ପର୍କକୁ ନେଇ କଥା ବି ହୋଇ ନାହାନ୍ତି ।

Share