କରୋନା କେଉଁଠୁ ଆସିଛି ଜାଣିବା ଜରୁରୀ: ଡବ୍ଲୁଏଚ୍‌ଓ

ଜେନେଭା,୧ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ଜେନରାଲ ଟେଡ୍ରୋସ୍ ଅଦାନମ ଘେବ୍ରୟସସ କହିଛନ୍ତି କରୋନା ଭାଇରସ କେଉଁଠୁ ଆସିଛି ତାହା ଜାଣିବା ଜରୁରୀ । ଏହା ଜାଣିଲେ ଭବିଷ୍ୟତରେ ଏମିତି ସମସ୍ୟାର ସମାଧାନ ଆମେ କରିପାରିବା ବୋଲି ସେ କହିଛନ୍ତି । ସେ କହିଛନ୍ତି କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚାଲିଛି । ଏଥିପାଇଁ ଚାଇନାର ଉହାନରୁ ଷ୍ଟଡି ଆରମ୍ଭ କରାଯିବ । ପ୍ରକୃତରେ ସେଠାରେ କ’ଣ ଘଟିଥିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏହାସହ ନିଷ୍କର୍ଷରେ ପହଞ୍ଚିବାକୁ ଦ୍ୱିତୀୟ ବାଟ ବି କ’ଣ ରହିଛି । କରୋନାରେ ଏବେ ସବୁଠାରୁ ଅଧିକ ମୃତ୍ୟୁ ୟୁରୋପରେ ହେଉଛି । ଏହାପରେ ଇଟାଲୀ, ପୋଲାଣ୍ଡ, ରୁଷିଆ, ୟୁକେ, ଫ୍ରାନ୍ସରେ ବି ଦିନକୁ ପାଖାପାଖି ଶହେରୁ ୭ଶହ ଲୋକଙ୍କ ମୃତ୍ୟୁ ହେଉଛି । ଆମେରିକାରେ ବି ସ୍ଥିତି ଚିନ୍ତାଜନକ ରହିଛି । ଅନ୍ୟପଟେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ସବୁ ବିକାଶଶୀଳ ଦେଶ ଲାଗି ପଡିଥିବା ବେଳେ ଏବେ କେତେକ ଭ୍ୟାକ୍ସିନ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଶା ରଖିଛି ଯେ ୨୦୨୧ ସୁଦ୍ଧା ଏହି ଭ୍ୟାକ୍ସିନ ଅନେକାଂଶରେ କରୋନାକୁ ଦୂରେଇବାରେ ସାହାଯ୍ୟ କରିବ ।

Share