Categories: ଜାତୀୟ

ହରିୟାଣାରେ କାହାର ସରକାର? ସଟ୍ଟା ବଜାର ଦେଲା ବଡ଼ ସିଗନାଲ…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୯୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥି ସହିତ ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ମତଦାନ ଅକ୍ଟୋବର ୧ରେ ଶେଷ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ବିଭିନ୍ନ ଏକଜିଟ୍‌ ପୋଲ୍‌ ଏଜେନ୍ସି ଅନୁସାରେ ହରିୟାଣାରେ କିଏ ସରକାର ଗଢିବାକୁ ଯାଉଛି।

ତେବେ ଏକଜିଟ ପୋଲ ସହ ଫାଲୋଡି ସଟ୍ଟା ବଜାର ମଧ୍ୟ ହରିୟାଣା ନିର୍ବାଚନର ଫଳାଫଳ ପୂର୍ବାନୁମାନ କରିଛି। ଯଦି ଫାଲୋଡି ସଟ୍ଟା ବଜାରକୁ ନଜର ପକାଯାଏ ତେବେ କଂଗ୍ରେସ ହରିୟାଣାରେ କ୍ଷମତାକୁ ଫେରିବ। ହରିୟାଣାରେ ସମୁଦାୟ ୯୦ ଟି ବିଧାନସଭା ଆସନ ଅଛି। ଯେକୌଣସି ଦଳ ସରକାର ଗଠନ ପାଇଁ ୪୬ ଟି ଆସନ ବହୁମତ ପାଇବା ଆବଶ୍ୟକ। ସଟ୍ଟା ବଜାରର ପୂର୍ବାନୁମାନ ଅନୁଯାୟୀ, କଂଗ୍ରେସ ୫୭ ରୁ ୫୯ଟି ସିଟ ଜିତିପାରେ। ଭାଜପା କୁ ୨୨ରୁ ୨୪ଟି ସିଟ ମିଳିପାରେ।

Share