କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…

ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ତେବେ ଶନିବାର ଏହି ବିଳାସପୂର୍ଣ୍ଣ ବଙ୍ଗଳାଗୁଡିକ  ସମ୍ପର୍କରେ ପୌରପାଳିକା ସ୍ପଷ୍ଟୀକରଣ ରଖିଛି । ଖବରଦାତା  ସମ୍ମିଳନୀରେ ପୌରପାଳିକା ପକ୍ଷରୁ କୁହାଯାଇଛି ଯେ, କୁସୁମା ପାର୍ଶ୍ୱରେ ଥିବା ୯ଟି ବଙ୍ଗଳା କ୍ରୀଡ଼ା ବିଭାଗ ଅଧିନରେ ଆସୁଛି।
ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗକୁ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପର୍ୟ୍ୟାୟକ୍ରମେ ୨ ଏକର ୪୧ ଡିସିମିଲ ଯାଗା ପ୍ରଦାନ କରାଯାଇଥିଲା। ଉକ୍ତ ଜମିରେ ସୁଇମିଂ ପୁଲ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ କରାଯାଇଥିବା ବେଳେ ୯ଟି ସ୍ପୋଟ୍ସ ବଙ୍ଗଳା ନିର୍ମାଣ କରାଯାଇଛି। ପୌରପାଳିକା କେବଳ ଜମି ଯୋଗାଇ ଥିବା ବେଳେ କୌଣସି ଆର୍ଥିକ ସହାୟତା ଯୋଗାଇ ନାହାନ୍ତି।
ଅନ୍ୟପକ୍ଷେ ପୌର କର୍ତ୍ତୃପକ୍ଷଙ୍କ ଖବରଦାତା  ସମ୍ମିଳନୀ  ପରେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି। ଉକ୍ତ ବଙ୍ଗଳା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ତଦନ୍ତ ପରେ ବଙ୍ଗଳା କାହାର ସ୍ପଷ୍ଟ ହେବ ବୋଲି ଜିଲାପାଳ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର...

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri