ରାଧେଙ୍କ ଘରୁ ମିଳିଥିବା ଫୋନ୍‌ କାହାର

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ ରାଧେ ଚଣ୍ଡୀଙ୍କ ଘରୁ ଏକ ବ୍ୟାଗ ମିଳିଛି। ଉକ୍ତ ବ୍ୟାଗ୍‌ରେ ଗୋଟିଏ ମୋବାଇଲ ଫୋନ, ଚାର୍ଜର, ୩ ହଳ ମହିଳା ଡ୍ରେସ ଓ କିଛି ଔଷଧ ଥିବା ଜଣାପଡ଼ିଛି। ତେବେ ଏହି ଫୋନ ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି। ଏ ନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ। ଏହି ବ୍ୟାଗ୍‌ଟି ରାଧେଙ୍କ ଘରେ ଥିଲା। ବ୍ୟାଗ୍ଟିକୁ କେ.ଗାଁ ଥାନା ପୋଲିସ ନେଇ ଯାଇଛି।

Share