ରୁଷିଆ-ୟୁକ୍ରେନ ମଧ୍ୟରେ କାହା ପକ୍ଷ ନେବ ଭାରତ, ରହିଛି ସମସ୍ତଙ୍କ ନଜର

କ୍ୱିଭ୍‌,୨୮ା୨: ସୋମବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାର ବୈଠକ ଅନୁଷ୍ଠିତ ହେଉଛି। ସୁରକ୍ଷା ପରିଷଦର ବୈଠକ ପରେ ଯୁଦ୍ଧ ବନ୍ଦ କରିବା ପାଇଁ ମିଳିତ ଜାତିସଂଘର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମଗ୍ର ବିଶ୍ୱବାସୀଙ୍କ ନଜର ଏହା ଉପରେ ରହିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏଥିରେ ସମସ୍ତଙ୍କ ନଜର ଭାରତ, ଚାଇନା ଏବଂ ୟୁଏଇ ଉପରେ ରହିଛି। ଏହାର ମୁଖ୍ୟ କାରଣ ହେଉଛି, ଏହି ତିନି ଦେଶ ସୁରକ୍ଷା ପରିଷଦରେ ମତଦାନରେ ଭାଗ ନେଇ ନାହାନ୍ତି। ଏଭଳି ପରିସ୍ଥିତିରେ ପୁଣିଥରେ ସମସ୍ତଙ୍କ ନଜର ଭାରତ ଉପରେ ରହିଛି। ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଏବଂ ଭାରତରେ ୟୁକ୍ରେନ ରାଷ୍ଟ୍ରଦୂତ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ସହଯୋଗ ପାଇଁ ଆବେଦନ କରିଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ସ୍ଥିତି କ’ଣ ତାହା ଦେଖିବା ବାକି ରହିଲା।

Share