ଅଡିଓ କ୍ଲିପ୍‌ ସ୍ବର କାହାର ପଚାରିଲେ ଅନୁଭବ

କଟକ ଅଫିସ,୧୬।୯(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ କରିବାକୁ କିମ୍ବା ଟାର୍ଗେଟ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ କୌଣସି କାମ ଦେଲା ନାହିଁ ।
କିଛି ଦିନର ନୀରବତା ପରେ ପୁଣି ଅନୁଭବ ସୋସିଆଲ ମିଡିଆରେ ସକ୍ରିୟ ହୋଇଛନ୍ତି। ସେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌ରେ ଶୁଭୁଥିବା ସ୍ବର କାହାର ବୋଲି ଟୁଇଟ୍‌ କରି ପଚାରିଛନ୍ତି । ହେଲେ ତାଙ୍କୁ ଏହାର କିଛି ଉତ୍ତର ମିଳିନି। ଭାଇରାଲ ହେଉଥିବା ଅଡିଓର ସ୍ବର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ବୋଲି ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଟୁଇଟ୍‌ କରିଛନ୍ତି । ଏହାକୁ ନେଇ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଦର୍ଶାଇ ଏହାର ଉତ୍ତର ମାଗିଛନ୍ତି ଅନୁଭବ।

Share