ଗୁଗଲରୁ କାହିଁକି ଛଟେଇ ହେଲେ ୧୨ ହଜାର କର୍ମଚାରୀ, ପ୍ରକାଶ କଲେ ସିଇଓ ସୁନ୍ଦର ପିଚାଇ…

ମୁମ୍ବାଇ,୧୬।୧୨ : ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା। ଏଥି ସହିତ, କମ୍ପାନୀର ସିଇଓ ସୁନ୍ଦର ପିଚାଇଙ୍କ ବିବୃତ୍ତି ୨୦୨୩ ବର୍ଷ ଶେଷରେ ଏହି ରିଟ୍ରଞ୍ଚମେଣ୍ଟ ଉପରେ ବାହାରିଛି। ଏଥିରେ ସେ କହିଛନ୍ତି କମ୍ପାନୀ କାହିଁକି ଏତେ ସଂଖ୍ୟକ କର୍ମଚାରୀଙ୍କୁ ବରଖାସ୍ତ କଲା ଏବଂ ଏହି ନିଷ୍ପତ୍ତି ନେବା ପରେ ସେ କିପରି ଅନୁଭବ କରିଥିଲେ? ୧୨ ହଜାର କର୍ମଚାରୀଙ୍କୁ ବରଖାସ୍ତ କରିବା ତାଙ୍କ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଗୁଗଲ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବୈଠକରେ ସିଇଓ ସୁନ୍ଦର ପିଚାଇ ଏହା କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଗୁଲର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା, ଯାହାର ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି। ଏହି ଅନୁଯାୟୀ, ବୈଠକ ସମୟରେ ଜଣେ କର୍ମଚାରୀ ପିଚାଇଙ୍କୁ ଏକ ପ୍ରଶ୍ନ ପଚାରିଥିଲେ କମ୍ପାନୀ ୨୦୨୩ ବର୍ଷ ଆରମ୍ଭରେ କାର୍ଯ୍ୟ ଶକ୍ତି ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି କମ୍ପାନୀର ଲାଭ ଏବଂ କ୍ଷତି ଉପରେ କ’ଣ ପ୍ରଭାବ ପକାଇଲା? ଏହାର ଉତ୍ତରରେ ପିଚାଇ କହିଛନ୍ତି ୧୨ ହଜାର କର୍ମଚାରୀଙ୍କୁ ବରଖାସ୍ତ କରିବା ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ ଥିଳା। କିନ୍ତୁ କମ୍ପାନୀର ଭବିଷ୍ୟତ ଏବଂ ଆର୍ଥିକ ଅନିଶ୍ଚିତତା ଲାଗି ଏହି ନିଷ୍ପତ୍ତି ନେବାକୁ ପଡିଥିଲା। ଯେତେବେଳେ କି କମ୍ପାନୀ ଏହାକୁ ଏକ ଉତ୍ତମ ଉପାୟରେ ମୁକାବିଲା କରିପାରିଥାନ୍ତା। ଏହି ନିଷ୍ପତ୍ତି ନେବା କମ୍ପାନୀରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କ ମନୋବଳକୁ ହ୍ରାସ କରିଥିଲା, ଯାହାକି ବହୁ ମାସ ପରେ ବହୁ କଷ୍ଟରେ ବୃଦ୍ଧି କରିବାରେ ସଫଳ ହୋଇଥିଲା ।

 

Share