Categories: ଜାତୀୟ

ପଲଓ୍ବଲ ଏକ୍ସପ୍ରେସଓ୍ବେରେ କାହିଁକି ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ଚଣ୍ଡିଗଡ଼,୨୬।୬: ହରିୟାଣାର ସୋନିପତରେ ବାୟସେନା ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଶୁକ୍ରବାର କୁଣ୍ଡଲି-ଗାଜିଆବାଦ ପଲଓ୍ବଲ ଏକ୍ସପ୍ରେସଓ୍ବେରେ ବାୟୁସେନା ହେଲିକପ୍ଟରକୁ ଅଚାନକ ଜରୁରୀ ଅବତରଣ କରାଯାଇଥିବା ସୂଚନା ରହିଛି। ଜରୁରୀ ଅବତରଣ ସମୟରେ ହେଲିକପ୍ଟରରେ ୪ଜଣ ରହିଥିବା ବେଳେ ସେମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସକାଳ ୧୦ଟାରେ ଗାଜିିଆବାଦ ବେସ୍‌ରୁ ବାୟୁସେନା ହେଲିକପ୍ଟର ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଉକ୍ତ ହେଲିକପ୍ଟରକୁ ପଲଓ୍ବଲ ଏକ୍ସପ୍ରେସଓ୍ବେରେ ଜରୁରୀ ଅବତରଣ କରାଯାଇଥିଲା।

ଅଚାନକ ଏହାର ଜରୁରୀ ଅବତରଣକୁ ଦେଖି ଏକ୍ସପ୍ରେସଓ୍ବେ ଟୋଲରେ ଥିବା ଟୋଲକର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ବାୟୁସେନା ଅଧିକାରୀ ପହଞ୍ଚିଥିଲେ। ପ୍ରାୟ ୧ଘଣ୍ଟାର ଉଦ୍ୟମ ପରେ ଉକ୍ତ ହେଲିକପ୍ଟର ଠିକ୍‌ ହୋଇଥିଲା। ଠିକ୍‌ ହେବା ପରେ ଉକ୍ତ ହେଲିକପ୍ଟର ନିଜ ବେସ୍‌କୁ ଉଡାଣ ଭରିଥିଲା। ତେବେ ଏହି ସମୟରେ ହେଲିକପ୍ଟର ରାସ୍ତାରେ ଠିଆ ହୋଇଥିବାରୁ ଯାତାୟତରେ ବାଧା ଉପୁଜିଥିଲା। ପରେ ସ୍ଥାନୀୟ ପୋଲିସ ସହାୟତାରେ ଅନ୍ୟ ରାସ୍ଥାରେ ଗାଡ଼ି ଚଳାଚଳକୁ ସ୍ବାଭାବିକ କରାଯାଇଥିଲା।

 

Share