ସଲମାନ୍‌ ଖାନ୍‌ଙ୍କୁ ଏହି କାରଣରୁ ନିଜ ବିବାହକୁ ନିମନ୍ତ୍ରଣ କରି ନ ଥିଲେ ଅନୁଷ୍କା

ବଲିଉଡ୍‌ ଜଗତରେ ଯେତେବେବେ କୌଣସି ବିବାହ ହୁଏ ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସେହିପରି ଏକ ଚର୍ଚ୍ଚିତ ବିବାହ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କର। ଏହି ସୁନ୍ଦର ଯୋଡିକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହି ଯୋଡି ଇଟାଲୀରେ ବିବାହ କରିଥିଲେ। ତେବେ ସେମାନେ ଏହି ସମାରୋହକୁ ଅଳ୍ପ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ମଧ୍ୟରେ ବଡ଼ ବଡ଼ କଳାକାର ଏବଂ କ୍ରିକେଟ ଥିଲେ। ହେଲେ ଏହି ସମାରୋହକୁ ସଲମାନ୍‌ ଖାନ୍‌କୁ ନିମନ୍ତ୍ରଣ କରାଯାଇ ନ ଥିଲା। କାରଣ କୌଣସି ଏକ କଥାକୁ ନେଇ ସଲମାନ୍‌ ଏବଂ ବିରାଟଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏକ ଶୋ’ରେ ସଲମାନ୍‌ ବିରାଟଙ୍କୁ ଏମିତି କିଛି କହିଦେଇଥିଲେ ଯାହାକି ତାଙ୍କୁ ବହୁତ ଖରାପ ଲାଗିଥିଲା। ଏହା ପରଠାରୁ ବିରାଟ ସଲମାନ୍‌ଙ୍କୁ ପସନ୍ଦ କରନ୍ତି ନାହିଁ। ଏହି କାରଣ ପାଇଁ ବିରାଟ ଏବଂ ଅନୁଷ୍କା ନିଜ ବିବାହରେ ସଲମାନ୍‌ଙ୍କୁ ନିମନ୍ତ୍ରଣ କରି ନ ଥିଲେ ବୋଲି କୁହାଯାଏ।