ନୂଆଦିଲ୍ଲୀ,୬।୧୨: ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ବଲିଉଡର ଅଧିକାଂଶ ଫିଲ୍ମ ଶୁକ୍ରବାର ଦିନ ରିଲିଜ୍ ହେଉଥିବାବେଳେ ସାଉଥ୍ ଫିଲ୍ମରେ ଏହା ଗୁରୁବାର ରିଲିଜ୍ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମ ରିଲିଜ ପାଇଁ କେବଳ ଏହି ଦୁଇ ଦିନ କାହିଁକି ମନୋନୀତ ହୋଇଛି? କହିରଖୁଛୁ କି, ସ୍ବାଧୀନତା ପରେ ବହୁ ବର୍ଷ ଧରି ଭାରତୀୟଙ୍କ ପାଖରେ ରଙ୍ଗୀନ ଟିଭି ନ ଥିଲା, ଯେଉଁ କାରଣରୁ ଲୋକମାନେ ଫିଲ୍ମ ଦେଖିବା ପାଇଁ ହଲ୍କୁ ଯାଉଥିଲେ। ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରିର କର୍ମଚାରୀମାନଙ୍କୁ ଶୁକ୍ରବାର ଦିନ ଅଧା ଦିନ ଛୁଟି ଦିଆଯାଉଥିଲା, ଯାହାଫଳରେ ସେମାନେ ନିଜ ପରିବାର ସହିତ ଫିଲ୍ମ ଦେଖିପାରିବେ।
ଏହା ବ୍ୟତୀତ ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କ ଦିନ ଭାବରେ ବିବେଚନା କରାଯାଏ, ତେଣୁ ନିର୍ମାତାମାନେ ବିଶ୍ୱାସ କରନ୍ତି ଯେ ଶୁକ୍ରବାର ଦିନ ଫିଲ୍ମ ରିଲିଜ ହେବା ଦ୍ୱାରା ବହୁତ ଟଙ୍କା ଆସିବ। ଆହୁରି ମଧ୍ୟ ଶୁକ୍ରବାର ହେଉଛି ସପ୍ତାହର ଶେଷ କାର୍ଯ୍ୟ ଦିବସ। ଶନିବାର ଏବଂ ରବିବାର ଛୁଟିଦିନ ଥିବାରୁ ଲୋକମାନେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିଥା’ନ୍ତି। ସେହିପରି ଶୁକ୍ରବାର ହଲିଉଡରେ ମଧ୍ୟ ଫିଲ୍ମ ରିଲିଜ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ଗୁରୁବାର ସାଉଥ୍ ଫିଲ୍ମ ରିଲିଜ୍ କରିବାର ପରମ୍ପରା ରହିଛି।