Categories: ଫୁରସତ

ମୃତବ୍ୟକ୍ତିଙ୍କ ଭସ୍ମକୁ ଗଙ୍ଗାରେ କାହିଁକି ଭସାଇ ଦିଆଯାଏ? ବୈଜ୍ଞାନିକ କାରଣ ଜାଣିଲେ ହୋଇଯିବେ ତାଜୁବ

ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ମୃତଦେହକୁ ପୋଡ଼ି ଅନ୍ତିମ ସଂସ୍କାର କରାଯାଏ। ଅନ୍ତିମ ସଂସ୍କାରର ୪ଦିନ ପରେ ମୃତଶରୀରର ଭସ୍ମକୁ ପବିତ୍ର ଗଙ୍ଗା କିମ୍ବା ନଦୀ ଜଳରେ ପ୍ରବାହିତ କରାଯାଏ। ତେବେ ଏପରି ପରମ୍ପରା କେବଳ ହିନ୍ଦୁ ଧର୍ମରେ ନୁହେଁ ବରଂ ସବୁ ଧର୍ମରେ ରହିଛି। ଅନ୍ୟ ଧର୍ମରେ ମଧ୍ୟ ମୃତଦେହର ଭସ୍ମକୁ ପବିତ୍ର ସ୍ଥାନରେ କିମ୍ବା ମୃତବ୍ୟକ୍ତିଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନରେ ପକାଇ ଦିଅନ୍ତି। ଅନେକ କ୍ଷେତ୍ରରେ ଦେଖାଯାଏ ଭସ୍ମକୁ କୌଣସି ପାତ୍ରରେ ନିବୁଜ ରଖାଯାଇଥାଏ ଯେପର୍ଯ୍ୟନ୍ତ ଏହା ନଦୀରେ
ଭସାଇ ନ ଦିଆଯାଇଛି। ଭସ୍ମକୁ ନଦୀରେ ଭସାଇ ଦିଆଯିବାର ଉଭୟ ବୈଜ୍ଞାନିକ ଏବଂ ଧାର୍ମିକ କାରଣ ରହିଛି। ଆସନ୍ତୁ ଜାଣିବା।

ଧାର୍ମିକ କାରଣ: ଆମ ଶାସ୍ତ୍ରନୁସାରେ ନଦୀ ପବିତ୍ର ହୋଇଥାନ୍ତି । ସେଥିପାଇଁ ଗଙ୍ଗା ନଦୀ ସବୁଠୁ ପବିତ୍ର ନଦୀ। କଚ୍ଛପ ପୁରାଣ ଅନୁସାରେ ଯଦି ମୃତ ବ୍ୟକ୍ତିଙ୍କ ଭସ୍ମ ଗଙ୍ଗାରେ ପ୍ରବାହିତ କରାଯାଏ ତେବେ ସେହି ବ୍ୟକ୍ତିର ଆତ୍ମା ସମସ୍ତ ପାପରୁ ମୁକ୍ତ ହୋଇଯାଇଥାଏ। ଯେଯାଏଁ ସେହି ବ୍ୟକ୍ତିର ଭସ୍ମ ଗଙ୍ଗାରେ ପ୍ରବାହିତ ହେଉଥାଏ ସେହି ସମୟ ଯାଏଁ ସେ ସ୍ବର୍ଗୀସ୍ବ ସୁଖ ଲାଭ କରିଥାଏ । ଏହା ପରେ ତାଙ୍କୁ ମୁକ୍ତି ମିଳିଥାଏ।

ବୈଜ୍ଞାନିକ କାରଣ: ସେହିପରି ସନାତନ ଧର୍ମର ପ୍ରତ୍ୟେକ କର୍ମକାଣ୍ଡ ପଛରେ କୌଣସି
ନା କୈାଣସି ବୈଜ୍ଞାନିକ କାରଣ ରହିଛି। ମୃତଶରୀରର ଭସ୍ମକୁ ନଦୀ ସୁଅରେ ଭସାଇବା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି। ବୈଜ୍ଞାନିକଙ୍କନୁସାରେ ଆମ ଦେଶର କୃଷି ବ୍ୟବସ୍ଥାଙ୍‌ ନଦୀ ଉପରେ ନିର୍ଭର କରିଥାଏ। ନଦୀର ଜଳ କ୍ଷେତରେ ସିଞ୍ଚନର କାମ କରିଥାଏ। ମୃତବ୍ୟକ୍ତିଙ୍କ ଶରୀରର ଭସ୍ମ ଜଳରେ ପ୍ରବାହିତ କରାଯାଉଥିବାବେଳେ ଭସ୍ମ ସହ ଅନ୍ୟ ତତ୍ତ୍ବ ମଧ୍ୟ ଜଳରେ ମିଶିଥାଏ। ଏହି ତତ୍ତ୍ବଗୁଡ଼ିଗୁଡ଼ିକ ମଧ୍ୟରେ ଫସପରସ ମୁଖ୍ୟ ଯାହା ଆମ ହାଡ଼ରେ ଥାଏ। ଫସଫରସ ଫସଲ ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

Share