Categories: ଫୁରସତ

ଗଛକୁ ଧଳା,ଲାଲ ରଙ୍ଗରେ ରଙ୍ଗାଯାଏ କାହିଁକି

ରାସ୍ତାରେ ଗଲାବେଳେ ଦୁଇପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛକୁ ତ ଦେଖିଥିବେ। ତା’ସହ ସେଗୁଡ଼ିକର ମୂଳରୁ କିଛି ଉଚ୍ଚତା ପର୍ଯ୍ୟନ୍ତ ଲାଲ ଓ ଧଳା ରଙ୍ଗରେ ରଙ୍ଗାଯାଇଥିବା ବି ଦେଖିଥିବେ। ହେଲେ କେବେ ଭାବିଛନ୍ତି ଗଛଗୁଡିକୁ ଏଭଳି ଦୁଇଟି ରଙ୍ଗରେ କାହିଁକି ରଙ୍ଗାଯାଏ। ଏଭଳି ରଙ୍ଗାଇବା ପଛରେ ରହିଛି କିଛି ବୈଜ୍ଞାନିକ କାରଣ। ଜାଣନ୍ତୁ ସେ ସମ୍ପର୍କରେ..

କାହିଁ କେବେଠାରୁ ଗଛର ତଳଭାଗକୁ ରଙ୍ଗାଯାଉଛି। ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଛଗୁଡିକୁ ଅଧିକ ମଜଭୂତ କରିବା। ଦେଖିଥିବେ ଗଛରେ ଅନେକ ସମୟରେ ଫାଟ ସୃଷ୍ଟି ହୋଇଥାଏ ଓ ଗଛର ଛାଲ ବାହାରିଯାଏ। ଯାହାଦ୍ୱାରା ଗଛ ଦୁର୍ବଳ ହୋଇଯାଏ। ଗଛକୁ ମଜଭୂତ କରିବା ଓ ଗଛ ଅଧିକ ବର୍ଷ ବଞ୍ଚତ୍ବା ପାଇଁ ହିଁ ଗଛକୁ ଏଭଳି ପେଣ୍ଟ କରାଯାଇଥାଏ। ଧଳା ରଙ୍ଗ ହ୍ବାଇଟ୍‌ ଲାଇମ୍‌ ବା କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍‌ ଏବଂ ଲାଲ ବା ଗେରୁଆ ରଙ୍ଗ ସିନୋପିଆ ବା ରେଡ ଓକ୍ରେ ପାଉଡର ହୋଇଥାଏ। ହ୍ବାଇଟ୍‌ ଲାଇମ୍‌ ଆଲାକାଲାଇନ ହୋଇଥିବା ବେଳେ ଲାଲରଙ୍ଗର ଓକ୍ରେ ପାଉଡର ଏସିଡିକ ହୋଇଥାଏ ଓ ସେଥିରେ ପ୍ରଚୁରମାତ୍ରାର ଆଇରନ୍‌ ଥାଏ। ଏହି ଦୁଇ କମ୍ବିନେଶନ୍‌ ଗଛକୁ ଫଙ୍ଗାଲ ସମସ୍ୟାରୁ ଦୂରେଇ ରଖିବା ସହ ଅନିଷ୍ଟକାରୀ କୀଟ ଆକ୍ରମଣରୁ ରକ୍ଷା କରେ। ତେଣୁ ଗଛକୁ ଏହି ଦୁଇ ରଙ୍ଗରେ ରଙ୍ଗା ଯାଇଥାଏ। ଏହାବାଦ୍‌ ଦେଖିଥିବେ ଜାତୀୟ ରାଜପଥର ଦୁଇ ପାର୍ଶ୍ୱର ଗଛକୁ କେବଳ ଧଳାରଙ୍ଗରେ ରଙ୍ଗାଯାଇଥାଏ। ଏହାପଛର ଉଦ୍ଦେଶ୍ୟ ହେଉଛି ରାତିରେ ଆସୁଥିବା ଗାଡିର ଲାଇଟ୍‌ ତା’ ଉପରେ ପଡ଼ିଲେ ଗଛଗୁଡିକ ସ୍ପଷ୍ଟ ଦେଖାଯିବ ଓ ରାସ୍ତା କେତେ ଓସାର ଭଲ ଭାବେ ଜଣାପଡ଼ିବ।

Share