Categories: ଜାତୀୟ

ଅତିକ-ଅଶ୍ରଫଙ୍କ ଗାଡି କାହିଁକି ମେଡିକାଲକୁ ଯାଇ ନ ଥିଲା: ୟୁପି ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୪: ମାଫିଆ ଅତିକ ଏବଂ ଅଶ୍ରଫର ହତ୍ୟାକାଣ୍ଡର ଯାଞ୍ଚ ଉପରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। କୋର୍ଟ ୩ସପ୍ତାହ ପରେ ଏହାର ଶୁଣାଣି କରିବେ। ତେବେ ଏକ ଯାଚିକାରେ ପୋଲିସର ଉପସ୍ଥିତିରେ ଅତିଫ ଏବଂ ଅଶ୍ରଫର ହତ୍ୟାର ତଦନ୍ତ ପାଇଁ ସୁପ୍ରିମକୋର୍ଠଙ୍କ ପୂର୍ବତନ ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଗଠନ କରିବାକୁ ଦାବି ହୋଇଛି।

ଏହି ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମାଫିଆ ଅତିକ ଏବଂ ଅଶ୍ରଫଙ୍କୁ ନେଇ ଯାଉଥିବା ଗାଡି ସିଧା ହସ୍ପିଟାଲ କାହିଁକି ଯାଇ ନ ଥିଲା। ତେବେ ଏହାର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷ ନେଇଥିବା ମୁକୁଲ ରୋହିତଗୀ କହିଛନ୍ତି, ସରକାର ଏହି ମାମଲାର ତଦନ୍ତ ପାଇଁ ଆୟୋଗ ନିଯୁକ୍ତି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏହି ଘଟଣାକୁ ଆମେ ଟିଭିରେ ଦେଖିଛୁ। ଦୁଇ ଜଣଙ୍କୁ ଗାଡିରେ ସିଧା ମେଡିକାଲ ନ ନିଆ ଯାଇ ଚଲାଇ ଚଲାଇ କାହିଁକି ନିଆଯାଉଥିଲା।

ବିଚାରପତି ଏସ ରବିନ୍ଦ୍ର ଭଟ୍ଟ ଏବଂ ବିଚାରପତି ଦୀପଙ୍କର ଦତ୍ତା ଖଣ୍ଡପୀଠ ଝାନ୍ସିରେ ଅତିଫ ପୁଅ ଅଶଦ ଏନକାଉଣ୍ଟରର ରିପୋର୍ଟ ମଧ୍ୟ ସରକାରଙ୍କୁ ମାଗିଛନ୍ତି।

 

Share