Posted inଜାତୀୟ

ଆର୍‌ଏସ୍‌ଏସ୍‌ ସହ ସମ୍ପର୍କ ନା ନିର୍ବାଚନ ପ୍ରଭାବ? ଓଡ଼ିଶାରେ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ କ’ଣ ରହିଛି ଭାଜପାର ରଣନୀତି….

ଭୁବନେଶ୍ୱର,୧୨।୬: ଭାଜପା ପୁଣିଥରେ ଓଡ଼ିଶାରେ ନୂଆ ଚେହେରା ଦେଇ ସମସ୍ତଙ୍କୁ ଚମକାଇଛି। ନାନାଦି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦଳ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ପୂର୍ବରୁ ଅନେକ ଲୋକପ୍ରିୟ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଥିଲେ ହେଁ ସମସ୍ତଙ୍କୁ ପଛରେ ପକାଇ ମୋହନ କିଭଳି ମୁଖ୍ୟମନ୍ତ୍ରୀ ହେଲେ ତାହା ବିଚାରଯୋଗ୍ୟ।

Mohan Majhi To Take Oath As Odisha CM Today; Know More About This Tribal BJP Leader From Keonjhar - odishabytes

ଆର୍‌ଏସ୍‌ଏସ୍‌ ସହ ସମ୍ପର୍କ
ମାଝି ଜଣେ ବିବାଦୀୟ ନେତା ନୁହନ୍ତି। ତାଙ୍କର ଆର୍‌ଏସ୍‌ଏସ୍‌ ସହ ଭଲ ସମ୍ପର୍କ ରହିଛି। କାରଣ ସେ ଜଣେ ଆର୍‌ଏସ୍‌ଏସ୍‌ କର୍ମୀ ଥିଲେ। ୪ ଥର ବିଧାୟକ ଥିବା ଏହି ନେତା ଓଡ଼ିଶା ଶାସନକୁ ନେଇ ଦଳର ରଣନୀତିରେ ସହାୟକ ଭୂମିକା ତୁଲାଇଥିଲେ। ତାଙ୍କର କାହା ସହ ବିବାଦ ନାହିଁ। ସେ ଜଣେ ଆଦିବାସୀ ଏବଂ ମାଝି। ମୋହନଙ୍କ ଝାଡ଼ଖଣ୍ଡ କନେକ୍ସନ ମଧ୍ୟ ଏଭଳି ନିଷ୍ପତ୍ତି ପଛର କାରଣ ବୋଲି କୁହାଯାଉଛି। ବୋଧହୁଏ ଏସବୁ ଲାଗି କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତି ପରିଡ଼ା, ସୁରେଶ ପୁଜାରୀ, ମନମୋହନ ସାମଲ, ମୁକେଶ ମହାଲିଙ୍ଗ ଏବଂ ସୁରମା ପାଢ଼ୀଙ୍କୁ ମୋହନ ପଛରେ ପକାଇଲେ।

Who is Mohan Charan Majhi, BJP's CM pick for Odisha? - The Statesman

୨୦୨୪ ନିର୍ବାଚନର ପ୍ରଭାବ:
ଲୋକ ସଭା ନିର୍ବାଚନରେ ଭାଜପାକୁ ବଡ଼ ଝଟ୍‌କା ମିଳିଛି। କାରଣ ଦଳ ୪୦୦ ପାର ସ୍ଲୋଗାନ ଦେଇଥିଲେ ହେଁ ଏକାକି ବହୁମତ ହାସଲ କରିପାରି ନାହିଁ। କେବଳ ୨୪୦ ଆସନରେ ଦଳ ସୀମିତ ରହିଛି। ଏବେ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଛି। ଏଣୁ ଆଗାମୀ ଦିନରେ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୧୯ରେ ଝାଡ଼ଖଣ୍ଡରେ ଏନ୍‌ଡିଏ ୧୪ରୁ ୧୨ ଆସନରେ ବିଜେତା ହୋଇଥିଲା, ହେଲେ ୨୦୨୪ ଲୋକ ସଭା ନିର୍ବାଚନରେ ଦଳକୁ ମାତ୍ର ୯ ଆସନ ମିଳିଛି। ରାଜ୍ୟରେ ପୂର୍ବମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବାର ପ୍ରଭାବ ନିର୍ବାଚନରେ ପଡ଼ିଥିବା କୁହାଯାଉଛି।

Mohan Majhi: Saraswati Vidya Mandir teacher to 1st BJP Odisha CM

ମାଝି ଏବଂ ଝାଡ଼ଖଣ୍ଡ କନେକ୍ସନ:
ଓଡ଼ିଶାରେ ମାଝିଙ୍କୁ ଶାସନ ଡୋର ଦେଇ ଭାଜପା ଝାଡ଼ଖଣ୍ଡରେ ଆଦିବାସୀ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛି। ରାଜ୍ୟରେ ଅକ୍ଟୋବର-ନଭେମ୍ବରରେ ବିଧାନସଭା ନିର୍ବାଚନ ହେବ। ୪୫% ଆଦିବାସୀ ଥିବା କେନ୍ଦୁଝର ବିଧାନସଭା ଆସନରୁ ମାଝି ବିଜେତା ହୋଇଛନ୍ତି, ଏହା ଏକ ଏସ୍‌ଟି ସଂରକ୍ଷିତ ଆସନ। କେନ୍ଦୁଝର ଜିଲା ଝାଡ଼ଖଣ୍ଡ ସୀମାଠାରୁ ମାତ୍ର ୫୦ କିମି ଦୂରରେ ଅବସ୍ଥିତ। ୨୦୧୧ ଜନଗଣନା ଅନୁଯାୟୀ ଏହା ଏକ ଆଦିବାସୀ ରାଜ୍ୟ, ଏଠାରେ ମୋଟ ଜନସଂଖ୍ୟାର ୨୬.୨% ଏସ୍‌ଟି ଅଛନ୍ତି।

From Shishu Mandir teacher and sarpanch to Odisha's 1st BJP CM — who is Mohan Charan Majhi

ସଫଳତାର ଗ୍ୟାରେଣ୍ଟି କେତେ?
ଭାଜପା ଝାଡ଼ଖଣ୍ଡକୁ ଧ୍ୟାନରେ ରଖି ମୋହନଙ୍କ ଉପରେ ମୋହର ଲଗାଇଥିଲେ ହେଁ ଏଥିରେ ସଫଳତା ମିଳିବାର କୌଣସି ଗ୍ୟାରେଣ୍ଟି ନାହିଁ। ଭାଜପା ପୂର୍ବରୁ ଉତ୍ତରପ୍ରଦେଶ ଏବଂ ବିହାରରେ ଯାଦବ ଭୋଟକୁ ନିଜ ପକ୍ଷରେ କରିବା ଲାଗି ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ହେଲେ ସେତେଟା ଲାଭ ମିଳି ନ ଥିଲା। ଏମିତିରେ ମୋହନଙ୍କ ଉପରେ ଗୋଟି ଚାଳନା କରି ଭାଜପାକୁ ଝାଡ଼ଖଣ୍ଡରେ ଲାଭ ମିଳୁଛି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri