ନୂଆଦିଲ୍ଲୀ,୧୭।୭: ମୁଖ୍ୟ ସଚିବ ସ୍ତରର ଜଣେ ଆଇଏଏସ୍ ଅଧିକାରୀ ପ୍ରମାଣ ସହ ଏଫ୍ଆଇଆର୍ ଦାୟର କରିବାକୁ ଥାନାକୁ ଆସିଛନ୍ତି। କିନ୍ତୁ ଏହାକୁ ରେଜିଷ୍ଟର କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଉତ୍ତମ ଶାସନ କଥା କହୁଛନ୍ତି। ହେଲେ ତାଙ୍କ ବିରୋଧରେ ଅଭିଯୋଗ ଆସିଲେ, ମାମଲା ରୁଜୁ ହେଉନାହିଁ। ଏଭଳି ଅଭିଯୋଗ କରିଛନ୍ତି ଆଇଏଏସ୍ ଅଫିସର ସୁଧୀର କୁମାର।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଠକେଇ ଓ ମିଛ ପ୍ରମାଣପତ୍ର ସୃଷ୍ଟି କରିବା ଭଳି ଗୁରୁତର ଅଭିଯୋଗ ଆଣିଥିବା ସୁଧୀରଙ୍କ ଏଫ୍ଆଇଆର ରୁଜୁ କରାଯାଉ ନାହିଁ। ଏହାକୁ ବିରୋଧ କରି ବିହାର ଷ୍ଟାଫ ସିଲେକ୍ଶନ କମିଶନର ପୂର୍ବତନ ଚେୟାରମ୍ୟାନ ୫ ଘଣ୍ଟା ଧରି ଧାରଣା ଦେଇଥିଲେ। ଏ ସମ୍ପର୍କରେ ଗାରଦାନିବାଗ ଥାନର ଇନ୍ସପେକ୍ଟର ଅରୁଣ କୁମାର କହିଛନ୍ତି, ଆମ ପାଖରେ ସୁଧିର କୁମାରଙ୍କ ଆବେଦନ ପହଞ୍ଚିଛି। ତାଙ୍କୁ ଏହାର ରିସିପ୍ଟ ମଧ୍ୟ ଦିଆଯାଇଛି। ଆମେ ଆବେଦନ ଏପର୍ଯ୍ୟନ୍ତ ପଢ଼ି ନାହୁଁ। ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।