Categories: ଜାତୀୟ

ସୋନିଆ ଗାନ୍ଧୀ କାହିଁକି ହୋଇ ପାରିବେନି ପ୍ରଧାନମନ୍ତ୍ରୀ୍‌, ରାମଦାସଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୯: କେନ୍ଦ୍ରୀୟ ମନ୍ତ୍ରୀ ତଥା ଆର୍‌ପିଆଇ ନେତା ରାମଦାସ ଉଠାଓ୍ବଲେ ସୋନିଆ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାମଦାସ ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ସୋନିଆଙ୍କ ସପକ୍ଷରେ କହିଛନ୍ତି ଯେ, ୨୦୦୪ରେ ୟୁପିଏ କ୍ଷମତାକୁ ଆସିଥିବା ସମୟରେ ସୋନିଆ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ ଥିଲା। ମାତ୍ର ସେ ଏପରି ନ କରିବା ଭୁଲ୍‌ ଥିଲା।

କେତେକ ତାଙ୍କ ନାଗରିକତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ଏଭଳି ପ୍ରଶ୍ନ ପିଲାଳିିଆମି ବୋଲି ରାମଦାସ କହିଛନ୍ତି। ସୋନିଆ ଲୋକ ସଭା ଏମ୍‌ପି ଏବଂ ସେ ଭାରତୀୟ ନାଗରିକ। ଏପରିସ୍ଥଳେ ସେ ବିଦେଶିନୀ ବୋଲି କହିବା ହାସ୍ୟାସ୍ପଦ। ଯଦି ମୂଳ ଭାରତୀୟ କମଲା ହାରିସ୍‌ ଆମେରିକାର ଉପରାଷ୍ଟ୍ରପତି ହୋଇ ପାରିଛନ୍ତି, ସେତେବେଳେ ସୋନିଆ କାହିଁକି ଭାରତର ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ରାମଦାସ ପ୍ରଶ୍ନ କରିଛନ୍ତି।

Share