ପୃଥିବୀ ପୃଷ୍ଠରୁ ୩୮,୮୦୮ଫୁଟ ଗଭୀର ଗାତ ଖୋଳୁଛି ଚାଇନା

ବେଜିଂ,୧।୭: ପୃଥିବୀ ପୃଷ୍ଠକୁ ଏବେ ଖୋଳିବାରେ ଲାଗିପଡ଼ିଛି ଚାଇନା। ଚାଇନା ପୃଥିବୀର କ୍ରଷ୍ଟକୁ ଏବେ ଏତେ ଗଭୀର ଭାବରେ ଖୋଳୁଛି ଯାହା ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଭୂମିରୁ ୫୦ରୁ ୧୦୦ ଫୁଟ ଖୋଳିଲେ, ଭୂତଳ ଜଳ ମିଳିଥାଏ। ସେହିପରି ୧୦୦୦ ଫୁଟ ଖୋଳିବା ପରେ ଅଶୋଧିତ ତୈଳ ଏବଂ ଗ୍ୟାସ ମିଳିଥାଏ। କୋଇଲା ସମେତ ଅନେକ ଖଣିଜ ପଦାର୍ଥ ମଧ୍ୟ ପ୍ରାୟ ଏତିକି ଗଭୀରତାରେ ମିଳିଥାଏ। ମୋଟ ଉପରେ କହିବାକୁ ଗଲେ ମଣିଷ ପାଇଁ ଆବଶ୍ୟକ ପ୍ରାୟ ସମସ୍ତ ଜିନିଷ ୧୦୦୦ ଫୁଟରୁ ୨ହଜାର ଫୁଟ ଭିତରେ ମିଳିଯାଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚାଇନା ପୃଥିବୀର ପ୍ରାୟ ୩୮,୮୦୮ ଫୁଟ ଗଭୀରରେ ଏକ ଗାତ ଖୋଳୁଛି । ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜିନଜିଆନଙ୍ଗ ପ୍ରଦେଶର ତାରିମ ଅଞ୍ଚଳରେ ବିଶ୍ୱର ସର୍ବବୃହତ କୃତ୍ରିମ ଗାତ ଖୋଳିବା କାମ ମଧ୍ୟ ଆରମ୍ଭ ହୋଇଛି । ଯଦି ହିସାବ କରାଯାଏ, ଏହି ଗର୍ତ୍ତଟି ୧୦ କିଲୋମିଟରରୁ ଅଧିକ ଗଭୀର ହେବ। ଏହା କରିବା ପଛରେ ଚାଇନା ଉଦ୍ଦେଶ୍ୟ ହେଉଛି ପୃଥିବୀ ସହ ଜଡିତ ଅନେକ ରହସ୍ୟ ଜାଣିବା । ବିପର୍ଯ୍ୟୟ ନେଇ ଆଗୁଆ ସତର୍କତା ଦେବାରେ ସହାୟକ ହୋଇପାରେ । ମହାକାଶ ସହିତ ବର୍ତ୍ତମାନ ଚୀନ ମଧ୍ୟ ପୃଥିବୀ ପୃଷ୍ଠରେ ଅନୁସନ୍ଧାନରେ ଦ୍ରୁତ ଗତିରେ ଆଗକୁ ବଢୁଛି । ଏହାପୂର୍ବରୁ ରୁଷିଆ ମଧ୍ୟ ୧୯୭୦ରୁ ୧୯୯୨ ମଧ୍ୟରେ ସମାନ ପ୍ରୟାସ କରିଥିଲା । ୨୨ ବର୍ଷରେ, ରୁଷିଆ ପୃଥିବୀରେ ମାତ୍ର ୧୨,୨୬୨ ଫୁଟ ଗଭୀର ଗାତ ଖୋଳିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ, ଚାଇନାର ଏହି ଗର୍ତ୍ତ ହେଉଛି ଦୁନିଆର ଗଭୀର କୃତ୍ରିମ ଗର୍ତ୍ତ । ରୁଷିଆ ପରେ ବର୍ତ୍ତମାନ ଚାଇନା ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଗାତ ଖୋଳି ପୃଥିବୀର ଇତିହାସ ଏବଂ ଏହାର ଗଠନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଆନନ୍ଦଉଲ୍ଲାସ ମଧ୍ୟରେ ଭାଇଚାରାର ପର୍ବ ଇଦ-ଉଲ-ଫିତର ପାଳିତ: ଇଦଗାହ ପଡିଆରେ ଭିଡ଼

ବରଗଡ଼, ୩୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ ସହରରେ ଇଦ ଉଲ ଫିତର୍‌ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ମାସେବ୍ୟାପୀ କଠୋର...

Video: ଇଦ୍‌ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍‌ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୩୧।୩: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ୱାସିମ ଆକ୍ରମ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର...

ଟ୍ରାଫିକ୍‌ ନିୟମ କଡ଼ାକଡ଼ି: ଇ-ଚାଲାଣ ପୈଠ ନ କଲେ ଡ୍ରାଇଭିଂ ଲାଇସେନ୍ସ ହେବ ଜବତ

ନୂଆଦିଲ୍ଲୀ,୩୧ା୩:ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଘଟଣାରେ ଦଣ୍ଡସ୍ବରୂପ ଯେତିକି ଇ-ଚାଲାଣ କଟାଯାଉଛି, ତା’ର ମାତ୍ର ୪୦ ପ୍ରତିଶତ ଦେୟ ଆଦାୟ ହେଉଥିବା ଜଣାପଡ଼ିଛି। ଅନେକ ନିୟମ ଉଲ୍ଲଂଘନକାରୀ...

ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍‌ ଅଗ୍ନିବର୍ଷା: IMD ଡିଜି

ନୂଆଦିଲ୍ଲୀ, ୩୧।୩: ସୋମବାର ଆଇଏମଡି କହିଛି ଯେ, ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। କେନ୍ଦ୍ରୀୟ ଏବଂ ପୂର୍ବ ଭାରତ...

ମ୍ୟାନମାର୍‌ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨ ହଜାର ଟପିଲା

ମ୍ୟାନମାର୍‌,୩୧।୩: ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ କୁ ବୃଦ୍ଧି ପାଇଛି ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image