Posted inଜାତୀୟ

ଫ୍ଲୋର ଟେଷ୍ଟ ପାଇଁ କାହିଁକି ପଛଘୁଞ୍ଚା ଦେଉଛି କଂଗ୍ରେସ?

ଚଣ୍ଡିଗଡ଼,୨୧।୬: ହରିୟାଣାରେ ଅଳ୍ପମତରେ ଭାଜପା ସରକାର ଚାଲିଛି। ସମଗ୍ର ପ୍ରସଙ୍ଗରେ ରାଜନୈତିକ ବିବାଦ ଜାରି ରହିଛି। କିନ୍ତୁ କଂଗ୍ରେସ ଦଳ ଫ୍ଲୋର ଟେଷ୍ଟର ଦାବିଠାରୁ ଦୂରେଇ ଯାଇଛନ୍ତି। ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଏବଂ ରାଜ୍ୟ ସଭାପତି ଉଦୟଭାନ ସିଂଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକଙ୍କ ଏକ ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି। କିନ୍ତୁ ଫ୍ଲୋର ଟେଷ୍ଟ କରିବାକୁ କେହି ଦାବି କରିନଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ କେବଳ ଏକ ସ୍ମାରକପତ୍ର ଦାଖଲ କରି କହିଛି ଯେ ଭାଜପା ସରକାରଙ୍କୁ ବରଖାସ୍ତ କରାଯାଉ।

ସୂଚନାଯୋଗ୍ୟ, ହରିୟାଣାରେ ଭାଜପା ମନୋହର ଲାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଜେଜେପି ସହ ମେଣ୍ଟ ଭାଙ୍ଗିଛି। ଏହା ପରେ ନାଏବ ସାଇନି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କୁ ସ୍ବାଧୀନ ବିଧାୟକମାନେ ମଧ୍ୟ ସମର୍ଥନ କରିଥିଲେ। ମୋଟ ୪୮ ଜଣ ବିଧାୟକଙ୍କ ସମର୍ଥନ ଥିଲା, କିନ୍ତୁ ଏହି ସମୟରେ ଭାଜପାରୁ ସ୍ବାଧୀନ ବିଧାୟକମାନେ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିନେଲେ ଏବଂ ପରେ ସରକାର ସଂଖ୍ୟାଲଘୁ ହୋଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ନିରନ୍ତର ବିବୃତ୍ତି ଜାରି ରଖିଛି। କିନ୍ତୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ।
ଚଣ୍ଡିଗଡ଼ରେ ରାଜ୍ୟପାଳଙ୍କୁ ଭେଟିବା ପରେ ଭୁପେନ୍ଦ୍ର ହୁଡା କହିଛନ୍ତି ଯେ ସରକାର ନିଜେ ନୈତିକ କାରଣରୁ ଇସ୍ତଫା ଦିଅନ୍ତୁ ଏବଂ ଘୋଡା ବେପାର ବନ୍ଦ କରିବା ପାଇଁ ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରନ୍ତୁ। ସେ କହିଛନ୍ତି ଯେ ଏହି ସ୍ମାରକପତ୍ର ଉପରେ ବିଚାର କରିବାକୁ ରାଜ୍ୟପାଳ ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ, ମେ ୧୦ରେ ମଧ୍ୟ କଂଗ୍ରେସ ପାର୍ଟି ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା।
ସୂଚନାଯୋଗ୍ୟ, ବିଧାନସଭାରେ କଂଗ୍ରେସର ସାଂଖି୍ୟକ ଶକ୍ତି ନାହିଁ। ବିରୋଧୀ ଦଳ ସମେତ ମୋଟ ୪୪ଜଣ ବିଧାୟକ ନିଶ୍ଚିତ ଭାବେ ଭାଜପା ବିରୋଧରେ ଅଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ ଜେଜେପିରେ ବିଭାଜନ ଅଛି। ଏଥି ସହିତ କଂଗ୍ରେସ ମଧ୍ୟ ଭୟ କରୁଛି ଯେ ଫ୍ଲୋର ଟେଷ୍ଟ ସମୟରେ ଜେଜେପି ଏବଂ ଅନ୍ୟ ବିଧାୟକମାନେ ଭାଜପାକୁ ସମର୍ଥନ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଧାନସଭା ନିର୍ବାଚନ ପାଇଁ ଅଧିକ ସମୟ ବାକି ନାହିଁ ଏବଂ ଏଭଳି ପରିସ୍ଥିତିରେ କଂଗ୍ରେସ ତରବର ହେବାକୁ ଚାହୁଁନାହିଁ। ତୃତୀୟ କଥା ହେଉଛି ଯେତେବେଳେ ନୟାବ ସାଇନି ମୁଖ୍ୟମନ୍ତ୍ରୀ ହୋଇଥିଲେ, ଏକ ଫ୍ଲୋର୍‌ ଟେଷ୍ଟ କରାଯାଇଥିଲା ଏବଂ ୬ ମାସ ମଧ୍ୟରେ ଆଉ ଫ୍ଲୋର୍‌ ଟେଷ୍ଟ ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri