ନୂଆଦିଲ୍ଲୀ,୧୧।୧୨ : ଗୁଜରାଟରେ କଂଗ୍ରେସର ଅପମାନଜନକ ପରାଜୟ କାହିଁକି ହେଲା? ଏଥିପାଇଁ କିଏ ଦାୟୀ? ଦଳର ବରିଷ୍ଠ ନେତା ଏମ ବିରାପ୍ପା ମୋଇଲି ବର୍ତ୍ତମାନ ଏହି ସବୁ କାରଣ ନେଇ ନୀରବତା ଭାଙ୍ଗିଛନ୍ତି। ମୋଇଲି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟର ସ୍ଥାନୀୟ ନେତାମାନଙ୍କୁ ହତାଶ କରାଯାଇଛି। କଂଗ୍ରେସ ସେହି ନେତାମାନଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ ଯେଉଁମାନେ ଏହା ପୂର୍ବରୁ ସଫଳତା ଆଣିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂଙ୍କ ସ୍ତ୍ରୀ ପ୍ରତୀକ ସିଂଙ୍କୁ ପିସିସି ମୁଖ୍ୟ ଭାବେ ନିଯୁକ୍ତି ହିମାଚଳ ପ୍ରଦେଶ ପାଇଁ ଲାଭଦାୟକ ହୋଇଛି।
ସେଥିପାଇଁ ମୁଁ କହୁଛି ଦଳର ସମସ୍ତ ପୁରୁଣା ଓ ଯୁବ ନେତାଙ୍କ ଯତ୍ନ ନେବା ଉଚିତ। ଗତ ନିର୍ବାଚନରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ନେତାମାନଙ୍କୁ ଆମେ ଭୁଲିଯିବା ଉଚିତ ନୁହେଁ।
କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୁଜରାଟରେ ନେତାମାନଙ୍କୁ ହତାଶ କରାଯାଇଛି। ଫଳରେ ରାଜ୍ୟରେ କିଛି ସୁଧାର ଆସିନାହିଁ। ଏହା ଦଳର ଶିଖିବା ପାଇଁ ଏକ ଶିକ୍ଷା। ପୁରୁଣା ନେତାଙ୍କୁ ଅଣଦେଖା କରିବା ଠିକ ନୁହେଁ।
ଗତଥର ଗୁଜରାଟରେ କଂଗ୍ରେସ ବହୁତ ଭଲ ଫଳାଫଳ ପାଇଥିଲା ଯେଉଁଥିରେ ଦଳ ୭୭ ଟି ଆସନ ପାଇଥିଲା। ମାତ୍ର ଚଳିତ ଥର ଦଳରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ନେତାମାନଙ୍କୁ ହଟାଇ ଦିଆଯାଇଥିଲା। ଫଳରେ ହିଁ ବଡ ଭୁଲ ଘଟିଥିଲା। ଗୁଜରାଟ ବିଧାନସଭା ୨୦୨୨ରେ କଂଗ୍ରେସ କେବଳ ୧୭ ଟି ଆସନ ଜିତିଛି ଯାହା ଏକ ଭଲ ସ୍ଥିତି ନୁହେଁ ବୋଲି ସେ କହିଛନ୍ତି।