ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋମବାର ଭୋର ୫ଟା ଠାରୁ ଅଟକ ରଖାଯାଇଛି। ଇତିମଧ୍ୟରେ ୨୮ ଘଣ୍ଟା ବିିତିଥିଲେ ମଧ୍ୟ ପ୍ରିୟଙ୍କା ଅଟକ ରହିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ, ବିନା ସରକାରୀ ନିର୍ଦ୍ଦେଶ ଏବଂ ଏଫ୍ଆଇଆର୍ କାହିଁକି ଏତେ ସମୟ ଧରି ତାଙ୍କୁ ଅଟକ ରଖାଯାଇଛି।
ଏହା ସହିତ ହିଂସା ଘଟଣାର ଭାଇରାଲ ଭିଡ଼ିଓରେ ଥିବା ଅଭିଯୁକ୍ତଙ୍କୁ କାହିଁକି ଗିରିଫ କରାଯାଇ ନାହିଁ ବୋଲି ପ୍ରିୟଙ୍କ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ସହିତ ମୋଦି ସରକାରଙ୍କୁଠାରୁ ଉତ୍ତର ଚାହିଁଛନ୍ତି। ମୋଦିଙ୍କ ସରକାରରେ ବିନା କାରଣରେ ତାଙ୍କୁ ଅଟକ ରଖାଯିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।