ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍‌ ଥିଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ। କିନ୍ତୁ ଯେତେବେଳେ ହୃଦୟ ଆଘାତ ହୁଏ। ସେତେବେଳେ ଶକ୍ତିଶାଳୀ ବ୍ୟକ୍ତି ମଧ୍ୟ ମହମ ପରି ତରଳିବା ଆରମ୍ଭ କରନ୍ତି। ସେ ସମୟରେ ଯନ୍ତ୍ରଣା ଏତେ ହୁଏ, ଯେ ଆଦୌ କିଛି କହିପାରେ ନାହିଁ। ଠିକ୍‌ ସେମିତି ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ କ୍ଷେତ୍ରରେ। ଧୋନୀଙ୍କ ବାଓପିକ୍‌ରେ କାମ କରିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଶୁଣି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସମସ୍ତେ ତାଙ୍କୁ ପ୍ରତିକ୍ରିୟା ଶୁଣିବାକୁ ଚାହିଁବସିଥିବାବେଳେ ସେ ଚୁପ୍‌ ରହିଥିଲେ। ଏହାକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା। ଧୋନୀଙ୍କ ବାଓପିକ୍‌ରେ କାମ କଲାବେଳେ ତାଙ୍କ ପରିବାରର ଏକ ସଦସ୍ୟ ପରି ହୋଇଯାଇଥିଲେ ସୁଶାନ୍ତ। ତେଣୁ ତାଙ୍କ ହଠାତ୍‌ ମୃତ୍ୟୁକୁ ଧୋନୀଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନ ଥିଲେ। ଧୋନୀଙ୍କ ମ୍ୟାନେଜର ଅନେକ ଦିନ ପରେ ଉତ୍ତର କହିଥିଲେ, ଧୋନୀ ସୁଶାନ୍ତ ଖବର ଶୁଣି ଭାଙ୍ଗିପଡିଛନ୍ତି। ତାଙ୍କ ପାଟିରୁ କୌଣସି ଶବ୍ଦ ବାହାରୁ ନାହିଁ ବୋଲି କହିଥିଲେ।

Share