୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର ପାତ୍ର କହିଛନ୍ତି ଯେ, ଗତଥର ପୁରୀ ସଦରରେ ଏମପି ପ୍ରାର୍ଥୀଙ୍କୁ ୯ ହଜାର ଅଧିକ ଭୋଟ ମିଳିଥିଲା । ହେଲେ ପୁରୀ ସହରରୁ ୧୩ ହଜାର ଭୋଟ କମ ମିଳିଥିଲା ।

ସେହିପରି ବିଧାୟକ ପ୍ରାର୍ଥୀଙ୍କୁ ସଦରରୁ ୨ ହଜାର ଓ ଏମପି ପ୍ରାର୍ଥୀଙ୍କୁ ପୁରୀ ସହରରୁ ୨୪ ହଜାର ଭୋଟ କମ ମିଳିଥିଲା । ଯେଉଁ କାରଣରୁ ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହାରିଥିଲେ । ସେପଟେ ଆଗାମୀ ନିର୍ବାଚନରେ ବିଜେଡି କିପରି ଉଭୟ ବିଧାନସଭା ଓ ଲୋକ ସଭା ଆସନ ଜିତିବ, ସେ ନେଇ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ଆଉ ଏହାର ମଙ୍ଗ ଧରିଛନ୍ତି ରାଜ୍ୟ ସଭା ଏମପି ଶୁଭାଶିଷ ଖୁଣ୍ଟିଆ । ଉଭୟ ପୁରୀ ଲୋକ ସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ସଂକଳ୍ପ କରିଛନ୍ତି ଯୁବ ଓ ଛାତ୍ର ବିଜେଡି ନେତା ।

Share