କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସି ଜିନପିଙ୍ଗ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ଅବସର ନୀତି ଆସନ୍ତା ବର୍ଷ ଜାନୁୟାରୀ ୧ ରୁ କାର୍ଯ୍ୟକାରୀ ହେବ। ତଥାପି, ଏବେ ଚାଇନା ସର୍ବ କନିଷ୍ଠ ବା ଯୁବା କର୍ମଚାରୀ ଥିବା ଦେଶମାନଙ୍କ ମଧ୍ୟରେ ଗଣନା କରାଯାଏ।
ଚାଇନା ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗଙ୍କ ନୂତନ ଅବସର ନୀତି ଅନୁଯାୟୀ ବର୍ତ୍ତମାନ ଚାଇନାରେ ପୁରୁଷ କର୍ମଚାରୀମାନେ ୬୦ବର୍ଷ ପରିବର୍ତ୍ତେ ୬୩ବର୍ଷରେ ଅବସର ନେବେ। ଯେଉଁଠାରେ ଅଫିସ କାମ କରୁଥିବା ମହିଳା କର୍ମଚାରୀମାନେ ୫୫ବଦଳରେ ୫୮ ବର୍ଷ ବୟସରେ ଅବସର ନେବେ ଏବଂ କାରଖାନା, ନିର୍ମାଣ କିମ୍ବା ଖଣି ପରି ସ୍ଥାନରେ କାମ କରୁଥିବା ମହିଳାମାନେ ୫୦ ବଦଳରେ ୫୫ ବର୍ଷ ବୟସରେ ଅବସର ନେବେ। ଅର୍ଥାତ୍‌ ଉଭୟଙ୍କ ଅବସର ବୟସ ତିନି ତିନି ବର୍ଷ ବୃଦ୍ଧି କରାଯାଇଛି।
ଜନସଂଖ୍ୟା ହ୍ରାସ, କର୍ମଚାରୀଙ୍କ ବୟସ ବୃଦ୍ଧି ଏବଂ ପେନ୍ସନ ବୋଝକୁ ଦୃଷ୍ଟିରେ ରଖି ସି ଜିନପିଙ୍ଗ ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ ଆକଳନ ଅନୁଯାୟୀ, ବର୍ତ୍ତମାନ ଚାଇନାରେ ୬୦ବର୍ଷରୁ ଅଧିକ ପ୍ରାୟ ୩୦କୋଟି ଲୋକ ଅଛନ୍ତି। ୨୦୩୫ସୁଦ୍ଧା ସେମାନଙ୍କ ସଂଖ୍ୟା ୪୦କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସରକାରୀ ସଂଗଠନ ଚାଇନିଜ ଏକାଡେମୀ ଅଫ ସୋସିଆଲ ସାଇନ୍ସ ଆକଳନ କରିଛି ଯେ ଯଦି ସଂଶୋଧନମୂଳକ ପଦକ୍ଷେପ ନିଆ ନ ଯାଏ, ତେବେ ୨୦୩୫ସୁଦ୍ଧା ସେମାନଙ୍କୁ ପେନସନ ଦେବାକୁ ଅର୍ଥର ଅଭାବ ହେବ।

Share