ଶଙ୍ଖ ଭବନରେ ପୁଣି କାହିଁକି ହେଲା କଥା କଟାକଟି, କାହିଁକି ବିରୋଧର ଶିକାର ହେଲେ …

ଭୁବନେଶ୍ୱର,୨।୧୦: ଏବେ ପ୍ରାୟ ସବୁବେଳେ ଶଙ୍ଖ ଭବନ ସରଗରମ। ଥମିବାର ନାଁ ନେଉନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ସୋମବାର ଖୋର୍ଦ୍ଧା ଜିଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଖୋର୍ଦ୍ଧା ଜିଲା ବିଜେଡିର ବୈଠକ ବସିଥିଲା। ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ଏପରିକି ଶୁଣାଯାଉଛି ଜଣେ ନେତ୍ରୀଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ତେବେ କାହିଁକି ଏବଂ କେଉଁ ପ୍ରସଙ୍ଗରେ ଉପୁଜିଥିଲା ଏଭଳି ମୁହାଁମୁହିଁ ପରିସ୍ଥିତି, ସେନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।

ପୂର୍ବରୁ ଭଦ୍ରକ କଳି ଶଙ୍ଖଭବନରେ ପହଞ୍ଚି ଥିବାବେଳେ ଭୁବନେଶ୍ବର ବିଜେଡି ଗୋଷ୍ଠୀ କନ୍ଦଳ ତ୍ରୀବ୍ର ହୋଇଛି। ଅମରେଶ ଓ ବିରଞ୍ଚିଙ୍କ ବିରୋଧରେ ବିଜେଡି କର୍ପୋରେଟର ମେଳି ବାନ୍ଧିଥିଲେ ।
ବିଜେଡିର ୩୦ କର୍ପୋରେଟର ଗୋଟିଏ ବସ୍‌ରେ ପୁରୀ ଯାଇ ଲୋକନାଥଙ୍କ ଦର୍ଶନ କରିଥିଲେ। ତେବେ କାହିଁକି ବିଜେଡିର ୩୦ କର୍ପୋରେଟର ମେଳି କଲେ? ଚର୍ଚ୍ଚା ହେଉଛି ଅମରେଶ ଓ ବିରଞ୍ଚିଙ୍କୁ ଚେକ ଦେବାପାଇଁ ଏବେ ଭୁବନେଶ୍ବର ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଏକାଠି ହୋଇଛନ୍ତି।