ନୂଆଦିଲ୍ଲୀ,୧୬।୧: ନିକଟରେ ଦିଲ୍ଲୀରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ଅଂଶଗ୍ରହଣ କରିଥିବା ଅଭିନେତା ତଥା ମକ୍କାଲ ନିଧି ମାୟାମର ମୁଖ୍ୟ କମଲ ହାସନ ଅନେକ ଖୁଲାସା କରିଛନ୍ତି। କୋଜିକୋଡରେ ଅନୁଷ୍ଠିତ ଷଷ୍ଠ କେରଳ ସାହିତ୍ୟ ମହୋତ୍ସବର ସମାପ୍ତି ସମୟରେ କମଲ ହାସନ କହିଛନ୍ତି, ସେ ‘ଏକଜୁଟ ଭାରତ’ ପାଇଁ ‘ଭାରତ ଯୋଡୋ ଯାତ୍ରା’ରେ ଯୋଗ ଦେଇଥିଲେ। ଏହାର ଅର୍ଥ କୌଣସି ଦଳ ଆଡକୁ ମୁହାଁଇବା ନୁହେଁ।
ସେ କହିଛନ୍ତି, ଯଦି ୭୦ ଦଶକରେ ମୋର ରାଜନୀତି ବିଷୟରେ ଏତେ କିଛି ବୁଝିଥାନ୍ତି ବୁ ଏବଂ ଜରୁରୀକାଳୀନ ପରିସ୍ଥିତି ଉପୁଜିଥାନ୍ତା, ତେବେ ମୁଁ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇଥାନ୍ତି। ଦୟାକରି ମୁଁ ଭାରତ ଯୋଡା ଯାତ୍ରାରେ ଯୋଗଦେବା କୌଣସି ଦଳ ଆଡକୁ ମୁହାଁଇବା ବୁଝିବା ଭୁଲ ଆଦୌ କରନ୍ତୁ ନାହିଁ। ‘ମିଳିତ ଭାରତ’ ପାଇଁ ମୁଁ ଏହା କରିଛି। ମୁଁ ରାଜନୀତିରେ ପ୍ରବେଶ କରିଛି କାରଣ ମୋ ଭିତରେ ‘କ୍ରୋଧ’ ଅଛି। ମୁଁ ସମାଜ ଏବଂ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି। ରାଜନୀତି ମୋତେ ଖରାପ ପ୍ରଭାବ ପକାଇବା ପୂର୍ବରୁ, ମୁଁ ରାଜନୀତିରେ ମୋର ପ୍ରଭାବ ପକାଇବା ଉଚିତ୍।