Categories: ଜାତୀୟ

ଜେଲରୁ ବାହାରିବା ପରେ ପରେ ହିଁ କାହିଁକି ଇସ୍ତଫା ଦେଲେ କେଜରିଓ୍ବାଲ? ଗୋଟିଏ ଗୁଳିରେ କେମିତି କଲେ ଦୁଇଟି ଶିକାର ଜାଣନ୍ତୁ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ନିଜ ଆସନ ଛାଡିବେ ବୋଲି ଏଏପି ସଂଯୋଜକ କହିଛନ୍ତି। ଅରବିନ୍ଦ କେଜରିୱାଲ ପ୍ରାୟ ୬ମାସ ଜେଲରେ ରହିଥିଲେ। ସେତେବେଳେ ମଧ୍ୟ ତାଙ୍କ ଇସ୍ତଫା ଦାବି କରାଯାଇଥିଲା। ଭାଜପା ଏହାକୁ ଏକ ସ୍ବତନ୍ତ୍ର ପ୍ରସଙ୍ଗ କରିଛି। ଏପରିକି ସମ୍ବିଧାନରେ ଆବେଦନ କରି ହେମନ୍ତ ସୋରେନଙ୍କ ଉଦାହରଣ ଦେଇଥିଲେ ମଧ୍ୟ କେଜରିୱାଲ ନତମସ୍ତକ ହୋଇନଥିଲେ। ଖାଲି ସେତିକି ନୁହେଁ, ଜେଲରୁ ମୁକୁଳିବା ମାତ୍ରେ ହିଁ କେଜରିୱାଲ କାହିଁକି ଇସ୍ତଫା ଘୋଷଣା କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ହେଉଛି।
ଗୋଟିଏ ପ୍ରକାରେ କେଜରିୱାଲଙ୍କ ଇସ୍ତଫା ଏକ ରାଜନୈତିକ ଜୁଆ ଭଳି। ଯଦିଓ ଲୋକ ସଭା ନିର୍ବାଚନରେ ଏଏପିର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା ଏବଂ ଏହା ଦିଲ୍ଲୀର ସମସ୍ତ ସାତୋଟି ଆସନ ହରାଇଥିଲା, ବିଧାନସଭାରେ ସମୀକରଣ ଭିନ୍ନ ଅଟେ। ସ୍ଥାନୀୟ ରାଜନୀତିରେ ଆମ ଆଦମୀ ପାର୍ଟି ଏବଂ କେଜରିୱାଲଙ୍କ ଦବଦବା ରହିଛି। ଇସ୍ତଫା ଘୋଷଣା କରି କେଜରିୱାଲ ସେହି ଦବଦବାକୁ ବଜାୟ ରଖିବାକୁ ଚାହୁଁଛନ୍ତି।
ବରିଷ୍ଠ ସାମ୍ବାଦିକ ରସିଦ କିଡୱାଇ କହିଛନ୍ତି ଯେ କେଜରିୱାଲଙ୍କ ଭିତରେ ସର୍ବଦା ‘ଶକ ଭାଲ୍ୟୁ’ ରହିଛି। ସେ ପୂର୍ବରୁ ମଧ୍ୟ ଏହିପରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ଇସ୍ତଫା ନ ଦେଇ ସେ ତାଙ୍କର ସମସ୍ତ ଘନିଷ୍ଠ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ଇସ୍ତଫା ଘୋଷଣା ମଧ୍ୟ ଚକିତ କରିଛି। ଏହି ଘୋଷଣା ମାଧ୍ୟମରେ କେଜରିୱାଲ ଗୋଟିଏ ତୀରରେ ଦୁଇଟଇ ଶିକାର କରିବାକୁ ଯାଉଛନ୍ତି। ତାଙ୍କ ଇସ୍ତଫା ଦାବି କରୁଥିବା ଏବଂ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିବାକୁ ସେ ଏପରି କରିଛନ୍ତି। ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ତାଙ୍କୁ ଦିଲ୍ଲୀ ରାଜନୀତିରେ ମଧ୍ୟ ଗ୍ରହଣ କରାଯାଇଛି।
ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟଙ୍କ ଜାମିନ ପାଇଥିଲେ ମଧ୍ୟ ତାଙ୍କୁ ଫ୍ରି ହ୍ୟାଣ୍ଡ ମିଳିନଥିଲା। ଏଭଳି ପରିସ୍ଥିତିରେ ରାଜନୈତିକ ଦୃଷ୍ଟିକୋଣରୁ ଜାମିନର ବିଶେଷ ଅର୍ଥ ନଥିଲା। ସେଥିପାଇଁ କେଜରିୱାଲ ବର୍ତ୍ତମାନ ଇସ୍ତଫା ନେଇଛନ୍ତି।

Share