ମୃତ୍ୟୁ ପୂର୍ବରୁ କାହିଁକି ଯାଇଥିଲେ ମଞ୍ଚେଶ୍ୱର ଥାନା

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ଅଭିନେତା ରାଇମୋହନଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହା ଘଟଣାକୁ ଅଧିକ ରହସ୍ୟମୟ କରିଦେଉଛି। ଆତ୍ମହତ୍ୟା ପୂର୍ବରୁ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ। ହେଲେ ସେ କାହିଁକି ଥାନାକୁ ଯାଇଥିଲେ ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ରାଇମୋହନ ଥାନାକୁ ଯିବା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଥିଲା ବେଳେ ସେ କାହିଁକି ଥାନାକୁ ଯାଇଥିଲେ, ସେ ସମ୍ପର୍କରେ ଡିସିପି କିଛି କହି ନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବ୍ୟକ୍ତିଗତ କାମ ପାଇଁ ରାଇମୋହନ ଥାନାକୁ ଯାଇଥିଲେ। ତା’ ସହିତ ଆତ୍ମହତ୍ୟାର କୌଣସି ସମ୍ପର୍କ ନାହିଁ। ସେ କେଉଁ କାରଣରୁ ଥାନାକୁ ଆସିଥିଲେ, ସେ ବିଷୟରେ କହିପାରିବୁ ନାହିଁ ବୋଲି ଡିସିପି କହିଛନ୍ତି।

Share