କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ କାହିଁକି ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ, କାରଣ ଜାଣିଲେ…

ବଲିଉଡ ଅଭିନେତ୍ରୀ ଯୋଗିତା ବାଲି ନିଜର ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ୧୯୭୧ ମସିହାରେ ଫିଲ୍ମ ‘ପାର୍ବନା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ ।

ଥରେ ତାଙ୍କୁ ଫିଲ୍ମ ‘ଯମୁନା କେ ତୀର’ରେ କିଶୋର କୁମାରଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିଥିଲା। ଏହି ଚଳଚ୍ଚିତ୍ରଟି ଅଧାରେ ରହିଗଲା। ମାତ୍ର କିଶୋରଙ୍କ ପ୍ରେମରେ ପାଗଳ ହୋଇ ତାଙ୍କୁ ବିବାହ କଲେ। ମାତ୍ର ଭାଗ୍ୟ ଅନ୍ୟ କିଛି ଅନୁମୋଦିତ କରିଥିଲା। ୧୯୭୬ରେ ଘଟିଥିବା ଏହି ବିବାହ ୧୯୭୮ରେ ଭାଙ୍ଗିଗଲା । କୁହାଯାଏ ଯେ ଏହାର କାରଣ ହେଉିଛି, ଯୋଗିତାଙ୍କ ମା’ ତାଙ୍କ ଦୈନନ୍ଦିନ ଜୀବନରେ ଅତ୍ୟଧିକ ହସ୍ତକ୍ଷେପ କରୁଥିଲେ। କିଶୋର ଏହାକୁ ଆଦୌ ପସନ୍ଦ କରୁ ନ ଥିଲେ। ଶେଷେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସମୟରେ, ଯୋଗିତାଙ୍କ ଫିଲ୍ମ ‘ଖ୍ବାବ’ର ଶୁଟିଂ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଚାଲିଥିଲା। ମିଥୁନ ତାଙ୍କର ପ୍ରଥମ ସ୍ତ୍ରୀ ହେଲେନା ଲୁକଙ୍କୁ ଛାଡପତ୍ର ଦେଇଥିଲେ। ସେ ମଧ୍ୟ ଖାଲିପଣଙ୍କୁ ଅନୁଭବ କରୁଥିଲେ। ପରେ ଉଭୟ ନିକଟତର ହେବା ପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ଏହି କାରଣରୁ କିଶୋର କୁମାର ମିଥୁନଙ୍କ ଉପରେ ଅତ୍ୟଧିକ ରାଗିଯାଇଥିଲେ। ପରେ ତାଙ୍କ ଫିଲ୍ମରେ ଗୀତ ଗାଇ ନଥିଲେ।

Share