Categories: Uncategorized

ଧ୍ୟାନ ପାଇଁ କନ୍ୟାକୁମାରୀକୁ କାହିଁକି ବାଛିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ୭ମ ପର୍ଯ୍ୟାୟ ପ୍ରଚାର ଅଭିଯାନର ଅନ୍ତିମ ଦିନ ଅର୍ଥାତ ମେ’ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁର କନ୍ୟାକୁମାରୀକୁ ଆଧ୍ୟାତ୍ମିକ ଯାତ୍ରା କରିବେ। ସେଠାରେ ସେ ଜୁନ୍‌ ୧ ଯାଏ ରହିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିବେକାନନ୍ଦ ରକ୍‌ ମେମୋରିଆଲ ପରିଦର୍ଶନ କରିବେ ଏବଂ ସ୍ବାମୀ ବିବେକାନନ୍ଦ  ଯେଉଁଠାରେ ଧ୍ୟାନ କରିଥିଲେ ସେଠାରେ ହିଁ ଧ୍ୟାନ କରିବେ। ଏହି ସ୍ଥାନର ନାମ ହେଉଛି ଧ୍ୟାନ ମଣ୍ଡପମ୍‌। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ମେ ୩୦ ସନ୍ଧ୍ୟାରୁ ଜୁନ ୧ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ କରିବେ। ତେବେ ପୂର୍ବରୁ ସେ ଉଭୟ ଲୋକ ସଭା ନିର୍ବାଚନ ସମୟରେ ଆଧ୍ୟାତ୍ମିକ ଯାତ୍ରା କରିଥିଲେ।
ମେ ୩୦ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି ଦିନ ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଉକ୍ତ ଦିନ ପଞ୍ଜାବରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ତାମିଲନାଡ଼ୁ ଯିବେ। ଜୁନ ୧ରେ ଦେଶର ୫୭ ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ।
କନ୍ୟାକୁମାରୀର ଆଧ୍ୟାତ୍ମିକ ମହତ୍ତ୍ୱ କ’ଣ?
ସ୍ବାମୀ ବିବେକାନନ୍ଦଙ୍କ ଜୀବନରେ କନ୍ୟାକୁମାରୀ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖିଥିଲା। ଏଠାରେ ସେ ମଦର ଇଣ୍ଡିଆର ଦର୍ଶନ ଦେଖିଥିଲେ। ଏଠାରେ ଥିବା ପଥର ତାଙ୍କ ଜୀବନର ଏକ ଅଂଶ। ସାରନାଥଙ୍କୁ ନେଇ ଲୋକଙ୍କ ଗଭୀର ବିଶ୍ୱାସ ରହିଛି। ବୁଦ୍ଧଙ୍କ ଜୀବନରେ ଏହି ସ୍ଥାନର ବିଶେଷ ମହତ୍ତ୍ୱ ରହିଛି। ସେ ଦେଶ ଭ୍ରମଣ କରିବା ପରେ ଏଠାରେ ପହଞ୍ଚିଥିଲେ। ଯେଉଁଠାରେ ସେ ୩ ଦିନ ଯାଏ ତପସ୍ୟା କରି ବିକଶିତ ଭାରତର ସ୍ବପ୍ନ ଦେଖିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ସମାନ ସ୍ଥାନରେ ଧ୍ୟାନ କରିବା ଏବଂ ବିବେକାନନ୍ଦଙ୍କ ବିକଶିତ ଭାରତକୁ ସାକର କରିବାକୁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି।