ସଙ୍କଟ ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ? ଜାଣନ୍ତୁ

ନୂଆଦିଲ୍ଲୀ,୨।୧୦: ମଙ୍ଗଳବାର ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ ଵାଲାଷ୍ଟିକ ମିସାଇଲ ମାଡ଼ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଇସ୍ରାଏଲ ଏକ ପ୍ରକାର ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଶୁଭେଚ୍ଛା ଜଣାଇଲେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଆଣିପାରେ।

ପ୍ରକୃତ କଥା ହେଉଛି ଗୋଟିଏ ପଟେ ସଙ୍କଟର ସ୍ଥିତି ଥିଲେ ମଧ୍ୟ ଇସ୍ରାଏଲ ତଥା ୟହୁଦି ସମ୍ପ୍ରଦାୟର ଲୋକେ ବୁଧବାର ନବବର୍ଷ(ରୋଶ୍ ହାଶାନା) ପାଳନ କରୁଛନ୍ତି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ପୋଷ୍ଟରେ ଲେଖିଛନ୍ତି, ”ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲ ତଥା ବିଶ୍ୱରେ ଥିବା ୟହୁଦି ସମ୍ପ୍ରଦାୟର ଲୋକମାନଙ୍କୁ ନବବର୍ଷ(ରୋଶ୍ ହାଶାନା) ଶୁଭେଚ୍ଛା। ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି, ଭରସା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ।”

ତେବେ ଇରାନର ସହଯୋଗୀମାନଙ୍କ ଇସ୍ରାଏଲ ଲଗାତାର ଆକ୍ରମଣ କରିବା ପରେ ଇରାନ ଏହି ପ୍ରତିକ୍ରିୟା ଦେଇଛି। ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ଏବଂ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଇରାନ ଏହି ଆକ୍ରମଣ କରିଥିଲା। ତେବେ ଏଥିରେ ଇସ୍ରାଏଲର ବିଶେଷ କିଛି କ୍ଷତି ହୋଇ ନଥିଲା ବେଳେ ଇସ୍ରାଏଲ ଏହାର ପ୍ରତିଜବାବ ଦେବାକୁ ପ୍ରସ୍ତୁତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘ ମହାସଚିବଙ୍କ ଉପରେ ବ୍ୟାନ୍ ଲଗାଇଲା ଇସ୍ରାଏଲ; କହିଲା-‘ଆତଙ୍କବାଦୀଙ୍କୁ ଦେଉଛନ୍ତି ସମର୍ଥନ’

ନୂଆଦିଲ୍ଲୀ,୨।୧୦: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର...

ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ

ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ...

ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ବଦଳିପାରେ ବିହାର ରାଜନୈତିକ ଦୃଶ୍ୟପଟ

ନୂଆଦିଲ୍ଲୀ,୨।୧୦: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଛନ୍ତି। ଦୀର୍ଘ ଦିନର ବିଚାର ବିମର୍ଷ ପରେ ବୁଧବାର ତାଙ୍କ ‘ଜନ...

ନିର୍ବାଚନୀ ପ୍ରଚାରବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଏମିତି ଉପହାର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚଣ୍ଡିଗଡ,୨।୧୦: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କ କାର୍ଯ୍ୟକର୍ତ୍ତାମାନେ ଏକ ଉପହାର ଦେଇଛନ୍ତି। ଏହା ସହ ଜଡିତ ଏକ ଭିଡିଓ...

ଗଡକରୀଙ୍କ ବଡ଼ ସୂଚନା, ଏଣେତେଣେ ପାନଛେପ ପକାଇଲେ ଖବରକାଗଜରେ ବାହାରିବ…

ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ବଚ୍ଛତା ଅଭିଯାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି ନାଗପୁର ମୁନସିପାଲଟି କର୍ପୋରେସନର...

ପାଣିକୁ ଖସିଲା ବାୟୁସେନା ହେଲିକପ୍ଟର, ଆଉ ତା’ ପରେ…

ପାଟ୍‌ନା,୨ା୧୦: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ପାଣିକୁ ଖସିପଡ଼ିଛି। କୁହାଯାଉଛି, ଏହି ହେଲିକପ୍ଟରଟି ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ...

ହୋଇଗଲା ଫାଇନାଲ! ଏଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ଅରବିନ୍ଦ କେଜରିୱାଲ ନିଜ ବାସଭବନ ପରିବର୍ତ୍ତନ କରିଛନ୍ତି। କେଜରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ...

ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ

ମୁମ୍ବାଇ, ୨।୧୦:୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri