ଚାରି ବର୍ଷର ବ୍ରେକ୍‌, ଏବେ ପୁଣି ଫେରୁଛନ୍ତି ରତନ ରାଜପୁତ୍‌

ବମ୍ବେ: ଟେଲିଭିଜନଜଗତର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରତନ ରାଜପୁତ। ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ସେ କୌଣସି ଶୋ’ରେ ନଜର ଆସିନାହାନ୍ତି। ପ୍ରଶଂସକମାନେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଏବେ ସେ ଦିନ କେବେ ଆସିବ ସେଥିନେଇ ରତନ ନିଜେ ଅପ୍‌ଡେଟ୍‌ ଦେଇଛନ୍ତି।

ଶେଷ ଥର ପାଇଁ ରତନ ଟେଲି ଧାରାବାହିକ ‘ସନ୍ତୋଷୀ ମା’ରେ ନଜର ଆସିଥିଲେ। ଅଭିନେତ୍ରୀ ଏହା ପଛର କାରଣ ବିଷୟରେ କହିଥିଲେ ଯେ, ୨୦୧୮ରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ଶୋବିଜ୍‌ରୁ ବ୍ରେକ୍‌ ନେଇଥିଲେ। ସେ ଡିପ୍ରେସନକୁ ଚାଲି ଯାଇଥିବା ଯୋଗୁ ନିଜ ଉପରେ ଧ୍ୟାନ ଦେବାକୁ ଠିକ୍‌ ବୋଲି ଭାବିଥିଲେ।

ଡିପ୍ରେସନ ଅର୍ଥ କେବଳ ମୁଡ୍‌ ସୁଇଂ ନୁହେଁ କି କାନ୍ଦିବା ନୁହେଁ। ଏଭଳି ଅବସ୍ଥାରେ ଲୋକଙ୍କ ସହ ଅନ୍ୟ କଥାସବୁ ଘଟେ। ଏଥିଲାଗି ମେଡିକେଶନ ନେବାକୁ ଚାହୁଁ ନ ଥିଲି। ଏଥିଲାଗି ମୁଁ ସାଇକୋଲୋଜି ପଢ଼ିବାକୁ ନିଷ୍ପତ୍ତି ନେଇଥିଲି। ଏହାଫଳରେ ସବୁ ଜିନିଷ ଭଲ ଭାବେ ବୁଝିପାରିବି ବୋଲି ଲାଗିଥିଲା। ଏହାଛଡ଼ା ମୁଁ ଭ୍ରମଣ କରିବା ଆରମ୍ଭ କରିଥିଲି। ଗାଁ ଜୀବନକୁ ଉପଭୋଗ କରିଥିଲି। ଏସବୁ ପାଇଁ ମୁମ୍ବାଇ ଛାଡ଼ିବାକୁ ପଡ଼ିଥିଲା।

ତିନି ମାସ ଯାଏ ଗାଁରେ ଚାଷ କରିବା ମୋ ପାଇଁ ଥେରାପି ଭଳି ଥିଲା। ଏହା ଅନେକାଂଶରେ ମୋତେ ଠିକ୍‌ ହେବାରେ ସହାୟକ ହୋଇଥିଲା। ଗାଁର ଚିନ୍ତାମୁକ୍ତ ଜୀବନ କେଉଁଭଳି ଲୋକେ ବଞ୍ଚନ୍ତି ତାହା ଶିଖିଥିଲି। ସେଠାରେ ମୁଁ ନିଜ ସମୟକୁ ଉପଭୋଗ କରିଥିଲି। ଅଭିନୟ ବହୁତ କିଛି ଶିଖାଇଥିଲା, ହେଲେ ଗାଁରେ ରହିବା ପରେ ଜୀବନ ଜିଇଁବାକୁ ନେଇ ଏକ ନୂଆ ଦୃଷ୍ଟିକୋଣ ମୋତେ ମିଳିଛି ବୋଲି ରତନ କହିଛନ୍ତି।

ରତନ ୟୁଟ୍ୟୁବ୍‌ରେ ବେଶ ଆକ୍ଟିଭ ଥିବା ବେଳେ ଖୁବ୍‌ଶୀଘ୍ର ଟେଲିଭିଜନକୁ ଫେରିବାକୁ ଯୋଜନା ରଖିଛନ୍ତି। ବ୍ରେକ୍‌ ନେଇ କା ତାଙ୍କ ଜୀବନର କେବଳ ଏକ ଅଂଶ, ଜୀବନ ନୁହେଁ ବୋଲି ଲାଗିଥିବା ସେ କହିଛନ୍ତି।

Share