Categories: ଖେଳ

ବିଶ୍ୱବିଜେତା ହେବାପରେ କାହିଁକି ଏମିତି କାମ କରିଦେଲେ ରୋହିତ ଶର୍ମା

ବାର୍ବାଡୋସ୍‌,୩୦।୬: ପ୍ରାୟ ୧୭ ବର୍ଷ ପରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଜିତିଛି। ଏହି ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ଘୋଷଣା କରିଛନ୍ତି। ତେବେ କ୍ରିକେଟ ପ୍ରଶଂସକଙ୍କ ମନରେ କ୍ରମାଗତ ଭାବେ ଚାଲୁଥିବା ପ୍ରଶ୍ନ କାହିଁକି ରୋହିତ ଶର୍ମା ପଡ଼ିଆରେ ଅବସର ଘୋଷଣା କରି ନ ଥିଲେ?

ରୋହିତ ଶର୍ମା ଭଲଭାବେ ଜାଣିଥିଲେ ଯେ ଫାଇନାଲର ଫଳାଫଳ ଯାହା ହେଉନା କାହିଁକି ବିରାଟ କୋହଲି ଅବସର ନେବେ। ଭାରତୀୟ ଦଳ ଜିତିବା ପରେ ବିରାଟ କୋହଲି ପ୍ଲେୟାର ଅଫ ଦି ମ୍ୟାଚ ହେବା ସମୟରେ ଅବସର ଘୋଷଣା କରିଥିଲେ। ତେଣୁ ରୋହିତ ଶର୍ମା ବିରାଟ କୋହଲିଙ୍କୁ ମ୍ୟାଚ ପରେ ପୁରସ୍କାର ବିତରଣରେ ସୁଯୋଗ ଦେଇଥିଲେ ଏବଂ ଅବସର ଘୋଷଣା କରି ନ ଥିଲେ। ତେବେ ଏହାର କିଛି ସମୟ ପରେ ରୋହିତ ଶର୍ମା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅବସର ଘୋଷଣା କରିଥିଲେ।

ରୋହିତ ଶର୍ମା କହି୍ଥତ୍ଲେ, ସେ ଟି-୨୦ କ୍ରିକେଟରୁ ଅବସର ନେବାକୁ କେବେ ଚିନ୍ତା କରି ନ ଥିଲେ, କିନ୍ତୁ ଟି-୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଅବସର ନେବା ମୁଁ ଭାବୁଛି ସବୁ ଭଲ ସମୟ। ମୁଁ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରେ ନାହିଁ, ଗତ ବର୍ଷ ଦିନିକିଆ ବିଶ୍ୱକପ ପରେ ମଧ୍ୟ ମୁଁ ଭାବି ନ ଥିଲି କି ମୁଁ ଏହି ବିଶ୍ୱକପ ଖେଳିବି କି ନାହିଁ … ମୁଁ କେବେ ଭାବି ନ ଥିଲି ଯେ ମୁଁ ଟି-୨୦ରୁ ଅବସର ନେବି, କିନ୍ତୁ ପରିସ୍ଥିତି ସଂପୂର୍ଣ୍ଣ। ବିଶ୍ୱକପ ଜିତିବା ପରେ ବିଦାୟ ଦେବା ଏକ ଚମତ୍କାର ଅନୁଭୂତି।

Share