କାହିଁକି ରାଜନୀତି ଛାଡିଥିଲେ ସୀତା

ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ଅଧିକାଂଶ ସମୟ ସୋସିଆଲ ମିଡିଆରେ ସକ୍ରିୟ ଥାନ୍ତି। ଜଣେ ଅଭିନେତ୍ରୀ ସହ ରାଜନୀତିରେ ମଧ୍ୟ ସେ ଜଣାଶୁଣା ଥିଲେ। ୧୯୯୧ ରେ ସେ ଗୁଜରାଟର ବଡୋଦରା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଏଥିରେ ମଧ୍ୟ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ରାଜନୀତିରୁ ସନ୍ୟାସ ନେଇଥିଲେ। ସେ କାହିଁକି ତାଙ୍କର ସଫଳ ରାଜନୈତିକ କ୍ୟାରିଅର୍‌ ଛାଡିଥିଲେ ତାହା ସେ ଏବେ ଖୁଲାସା କରିନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ୫ ବର୍ଷ ଏମ୍‌ପି ରହିଥିଲି। ପରବର୍ତ୍ତୀ ଇନିଂସ ଆରମ୍ଭ କରିବା ପୂର୍ବରୁ ତାଙ୍କର ପ୍ରଥମ ଝିଅ ନିଧି ଜନ୍ମ ହୋଇଥିଲା। ମା’ ହେବାପରେ ଜନସାଧାରଣ, ପରିବାର ଏବଂ ତାଙ୍କ ଝିଅର ଦାୟିତ୍ୱ ବୁଝିବାକୁ ପଡିଲା। ପରେ ସେ ଉଭୟ ରାଜନୀତି ଏବଂ ଅଭିନୟ ଜଗତରୁ ବାହାରି ନିଜ ପରିବାରକୁ ବାଛିଲେ।

Share