ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଏବଂ ଲକ୍ଷ୍ମଣ ବନବାସ ସମୟରେ କେବଳ ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିଥିଲେ। କାହିଁକି ଜାଣନ୍ତି? ଯଦି ନା ତେବେ ଏହି ରଙ୍ଗ ପଛରେ ଏକ ବଡ଼ କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…
ପ୍ରଭୁ ରାମଚନ୍ଦ୍ରଙ୍କୁ ଦୀର୍ଘ ୧୪ ବର୍ଷ ବନବାସ ପାଇଁ ଆଦେଶ ମିଳିଥିଲା। ଏହା ପରେ ମାତା ସୀତା ମଧ୍ୟ ତାଙ୍କ ସହିତ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ବନବାସର ମୁଖ୍ୟ ଉଦ୍ଦେଶ୍ୟ ହେଲା ସବୁ ମୋହମାୟା, ଧନ, ସମ୍ପତ୍ତି ତ୍ୟାଗ କରିବା। ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଏବଂ ଲକ୍ଷ୍ମଣ ସମସ୍ତ ରାଜକୀୟ ବେଶ ପରିତ୍ୟାଗ କରି ହଳଦୀ ରଙ୍ଗର କପଡ଼ା ପିନ୍ଧି ବନବାସରେ ବାହାରିଥିଲେ। ସାଧୁସନ୍ଥମାନେ ମଧ୍ୟ ଗେରୁଆ ରଙ୍ଗର କପଡ଼ା ପରିଧାନ କରିଥାନ୍ତି। ଗେରୁଆ ରଙ୍ଗର ଅର୍ଥ ସଂସାର ତ୍ୟାଗ। ଗେରୁଆ କେବଳ ଗୃହତ୍ୟାଗୀ ନୁହଁ ଗୃହସ୍ଥ ଜୀବନ ମଧ୍ୟ ଛାଡ଼ିବାକୁ ପଡ଼ିଥାଏ। ରାମସୀତା ସନ୍ନ୍ୟାସ ନେଇ ନ ଥିଲେ। କେବଳ ବଚନବଦ୍ଧ ଯୋଗୁ ସେ ବନବାସ ଯାଇଥିଲେ। ତେଣୁ ତାଙ୍କୁ ଗେରୁଆ ବଦଳରେ ହଳଦିଆ ରଙ୍ଗର ବସ୍ତ୍ରକୁ ଚୟନ କରିଥିଲେ।
ଭାରତୀୟ ସଂସ୍କୃତି ତଥା ହିନ୍ଦୁଧର୍ମରେ ଗେରୁଆ ଏବଂ ହଳଦୀ ରଙ୍ଗର ସ୍ବତନ୍ତ୍ରତା ରହିଛି। ଧାର୍ମିକ ଏବଂ ମହତ୍ତ୍ୱପୂର୍ଣ୍ଣ କାମରେ ଏହି ଦୁଇ ରଙ୍ଗର ବ୍ୟବହାର ପ୍ରଥମେ କରାଯାଇଥାଏ। ଏହି ଦୁଇ ରଙ୍ଗ ଦେବତାମାନଙ୍କର ମଧ୍ୟ ପ୍ରିୟ ରଙ୍ଗ।