ଦୁଇଟି ଫିଲ୍ମରେ ସଫଳତା ପରେ କାହିଁକି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ଅଭିନୀତ ଆଗାମୀ ଫିଲ୍ମ ଗଦର-୨ ପାଇଁ ପ୍ରେକ୍ଷାଳୟରେ ଟିକେଟ ପ୍ରି-ବୁକିଂ ଆରମ୍ଭ ହୋଇଛି । ଦର୍ଶକ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଗଦର ଫିଲ୍ମ ସୁପର ହିଟ୍‌ ହେବା ପରେ ବର୍ତ୍ତମାନ ଗଦର-୨ ରିଲିଜ ହେବାକୁ ଯାଉଛି । କୁହାଯାଏ ‘କାହୋ ନା ପ୍ୟାର’ ଏବଂ ଗଦର ଦୁଇଟି ବଡ ହିଟ ଫିଲ୍ମ ପରେ ଅମିଶାଙ୍କ କ୍ୟାରିୟରେ ପତନ ଆସିଥିଲା। ତାଙ୍କ ବ୍ୟକ୍ତିଗତ ଜୀବନ କାରଣରୁ ଏପରି ହୋଇଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ। କ୍ୟାରିୟରର ଆରମ୍ଭରେ ସେ ତାଙ୍କ ମା’ ବାପାଙ୍କ ସହ ଝଗଡା କରିବାକୁ ପଛାଇ ନ ଥିଲେ । ଅଭିଯୋଗ ଥିଲା କି, ତାଙ୍କ ମା’ ବାପା ଟଙ୍କା ହଡପ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ଦୁଇଟି ଚଳଚ୍ଚିତ୍ରର ଅଦ୍ଭୁତପୂର୍ବ ସଫଳତା ପରେ ଅମିଶା ପଟେଲଙ୍କ ଘର କଳି ଝଗଡା ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ମାମଲା ଏତେ ବଢିଗଲା ଯେ, ମାମଲା କୋର୍ଟରେ ପହଞ୍ଚିଲା । ଏମିତି କି ତାଙ୍କୁ ତାଙ୍କ ମା’ ବାପା ମାରିଥିବା ସେ ଅଭିଯୋଗ କରିଥିଲେ।

Share