ଅରବିନ୍ଦ ପାଢୀଙ୍କ ଉପରେ କାହିଁକି ଭରଷା କଲେ ସରକାର: କହୁକହୁ ଏମିତି କହିଲେ ଆଇନ ମନ୍ତ୍ରୀ

 

ଭୁବନେଶ୍ୱର,୧୨।୭(ଅନିଲ ଦାସ): ଆଡ଼ପ ପହଣ୍ଡି ଅଘଟଣ ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବୀର ବିକ୍ରମ ଯାଦବଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ଅରବିନ୍ଦ କୁମାର ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଭାବେ ନିଯୁକ୍ତି ଦିଆଯାଇଛି। ତେବେ ଏ ନେଇ ବୁଧବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ପଷ୍ଟୀକରଣ ରଖିଛନ୍ତି। ତେବେ ଅରବିନ୍ଦ ପାଢୀଙ୍କୁ କାହିଁକି ସରକାର ଭରଷା କରିଛନ୍ତି ସେ ନେଇ ଆଇନ ମନ୍ତ୍ରୀ ପୃଥୱୀରାଜ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଅରବିନ୍ଦ ପାଢୀ ପୂର୍ବରୁ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ନିକଟରେ ବୀର ବିକ୍ରମ ଯାଦବ ଛୁଟିରେ ଥିବା ସମୟରେ ଅରବିନ୍ଦ ପାଢୀ ଏହି ଦାୟିତ୍ୱ ତୁଲାଉଥିଲେ ।
ସୂଚନାଯୋଗ୍ୟ ଆଡପ ମଣ୍ଡପ ବିଜେ ବେଳେ ବଡ ଠାକୁର ପଡିଯାଇଥିଲେ । ସେହିପରି ରଥଟାଣିବା ବେଳେ ଜଣଙ୍କର ମୃତ୍ୟୁ ସହ ଅନେକ ଆହତ ହୋଇଥିଲେ । ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଚିନ୍ତାପ୍ରକଟ କରିଥିଲେ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଜରିଆରେ ସେ ମର୍ମାହତ ବୋଲି କହିଥିଲେ । ଏପରି ଅଘଟଣର କାରଣ କଣ ତଦନ୍ତ ହେବା ଦରକାର ନବୀନ କହିଥିଲେ । ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିଠି ଜରିଆରେ ଉତ୍ତର ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ସେ ଗୁରୁତର ସହ ନେବେ ବୋଲି କହିଥିଲେ । ଆଉ ଏହି ଚିଠିର କିଛି ସମୟ ପରେ ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପଦରୁ ଅବ୍ୟାହତି ଦିଆଯାଇଛି ।

 

Share