କାହିଁକି ଛତ୍ରପୁର ଉପକାରାଗାରରେ କାଚରେ ବେକ କାଟିଲେ ବିଚରାଧୀନ କଏଦୀ, କ’ଣ ରହିଛି  ବଡ଼ କାରଣ

ଛତ୍ରପୁର,୧୧।୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ବିଚରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  କଏଦି ଜଣକ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ। ତିନିମାସ ତଳେ ସେ
କୋଦଳା ଜେଲ୍‌ରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ ।
ତେବେ ବୁଧବାର  ସକାଳୁ କୌଣସି ଧାରୁଆ କାଚ ଦ୍ୱାରା ନିଜ ବେକକୁ କାଟିଥିଲେ । ତୁରନ୍ତ ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଛତ୍ରପୁର ଉପକାରାଗାର ସୁପରିଡେଣ୍ଟ ନିଜେ ମେଡିକାଲରେ ଉପସ୍ଥିତ ରହି କଏଦୀଙ୍କ ପରିବାର ଲୋକଙ୍କୁ ଅବଗତ କରାଇଛନ୍ତି ।  ସେ କେଉଁ କାରଣ ପାଇଁ ଏହିଭଳି କରିଛନ୍ତି ତାହା ଜଣାପଡ଼ି ନାହିଁ।