କାହିଁକି ବାଣୀବିହାର ଓଭରବ୍ରିଜରୁ ଡେଇଁଥିଲେ ଯୁବତୀ: ସାମ୍ନାକୁ ଆସିଲା ଏହି ବଡ଼ କାରଣ, ଘଟଣା ପଛରେ…

ଭୁବନେଶ୍ୱର,୮।୯: ବାଣୀବିହାର ଓଭରବ୍ରିଜରୁ ଶନିବାର ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଥିବା ବେଳେ ଚିକିତ୍ସା ଚାଲିଛି। ଯୁବତୀଙ୍କ ଜଣଙ୍କ ଘର ବାଲେଶ୍ବରର ଅଞ୍ଚଳରେ। ସେ ଖଣ୍ଡଗିରି ଅଞ୍ଚଳରେ ରହି ସହିଦନଗରର ଏକ ଘରୋଇ ସଂସ୍ଥାରେ କାମ କରନ୍ତି।
ତେବେ ପ୍ରତ୍ୟେକ ଦିନ ଯୁବତୀ ଜଣକ ସ୍କୁଟି ଯୋଗେ ଯିବା ଆସିବା କରନ୍ତି। ଶନିବାର ଯୁବତୀ ଜଣଙ୍କ ରସୁଲଗଡ଼ରୁ ଖଣ୍ଡଗିରି ଫେରୁଥିବା ସମୟରେ ବାଣୀବିହାର ବ୍ରିଜ ଉପରେ ସ୍କୁଟି ରଖି କିଛି ସମୟ ବୁଲାବୁଲି କରିଥିଲେ। ପରେ ହଠାତ ସେ ବ୍ରିଜ ତଳକୁ ଡେଇଁ ପଡିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା କିଛି ଯାତ୍ରୀ ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଯୁବତୀ ଜଣକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଚାକିରି କ୍ଷେତ୍ରର କିଛି ସମସ୍ୟାକୁ ନେଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ସେପଟେ ସହିଦନଗର ଥାନା ପୋଲିସ ଅଧିକ ତଦନ୍ତତ୍‌ ଚଳାଇଛି।

Share