ଶୁଟିଂ ସେଟ୍‌ରେ କାହିଁକି କାନ୍ଦିଥିଲେ ଏହି ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍‌ କରିବା ସମୟରେ ରୁପା କାନ୍ଦି ପକାଇଥିଲେ।

ରୁପା ଶୁଟିଂ ସେଟ୍‌ରେ ଏତେ କାନ୍ଦିଲେ ଯେ, ମେକର୍ସ ଏବଂ ତାରକାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁପ ରହିଥିଲେ। ଜଣେ ଅଭିନେତ୍ରୀ ଭାବରେ ରୁପା ଏହି ଦୃଶ୍ୟକୁ ଏତେ ଭଲ ଭାବରେ ଅଭିନୟ କରିଥିଲେ ଯେ, ଏହାକୁ ଗୋଟିଏ ଥର ଶୁଟ୍‌ କରାଯାଇଥିଲା। ସେ ଏଥିରେ କୌଣସି ରିଟେକ୍‌ ନେଇ ନ ଥିଲେ।

Share